ଗୌତମଙ୍କ ଉଦାରତା : ପୂର୍ବ ଯବାନଙ୍କୁ ଭିକ ମାଗୁଥିବା ଦେଖି କଲେ ଏହି କାମ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ସମସ୍ତଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ଉଦାହରଣ। ଏବେ ପୁଣି ଥର ସେ ପୂର୍ବତନ ଯବାନଙ୍କୁ ବଢ଼ାଇଛନ୍ତି ସାହାଯ୍ୟର ହାତ। ଆଜ୍ଞା ହଁ, ଗମ୍ଭୀରଙ୍କ କାରଣରୁ ଭିକ ମାଗୁଥିବା ଜଣେ ପୂର୍ବତନ ଯବନଙ୍କୁ ସେନା ତରଫରୁ ଏବେ ସାହାଯ୍ୟ ମିଳିପାରେ।

ରିପୋର୍ଟ ମୁତାବକ, ଶନିବାର ଦିନ ଗମ୍ଭୀର ଜଣେ ପୂର୍ବତନ ସେନାଧୀକାରୀଙ୍କ ଫଟୋ ଶେୟାର କରି ଲେଖିଥିଲେ “ଇଏ ହେଉଛନ୍ତି ପୂର୍ବତନ ଯବାନ। ତାଙ୍କୁ ସାହାଯ୍ୟ ନମିଳିବା ହେତୁ ଆଜି ସେ କଣ୍ଟାଟ୍ ପ୍ଲେସ ବ୍ଲାକରେ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି।
ଗମ୍ଭୀରଙ୍କ ଏହି ଟୁଇଟ ଦେଖିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଉକ୍ତ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି। ଖାଲି ତାହା ନୁହଁ ଏନେଇ, ଗମ୍ଭୀରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଖୁବଶୀଘ୍ର ଯବାନଙ୍କ ସାହାଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୃତି।


ଗମ୍ଭୀର ଫୋଷ୍ଟ କରିଥିବା ପିତାମ୍ବରନଙ୍କ ଆଇଡି ୧୯୬୫ରୁ ୧୯୭୧ରେ ଭାରତୀୟ ସେନାରେ କାମ କରୁଥିଲେ। କିନ୍ତୁ ଏହି ପରିଣତ ବୟସରେ ଏବେ ସେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି।

Leave A Reply

Your email address will not be published.