ନୋଏଡା : ନିକଟରେ ଏକ ଆଶ୍ଚର୍ୟ୍ୟକର ଘଟଣା ଗ୍ରେଟର ନୋଏଡା କାସନା କୋତବାଲି ନିକଟସ୍ଥ ଏସର ମାର୍କେଟରେ ଏକ୍ସସିସ୍ ବ୍ୟାଙ୍କର ଏଟିଏମ୍ ବୁଥରେ। ଏଠାରେ କିଛି ଏଟିଏମ ଲୁଟ ବା ଭାଙ୍ଗିବା ଭଳି ଘଟଣା ଦେଖିବା ନୁହଁ ବରଂ ଜଣେ ବ୍ୟକ୍ତି ଟଙ୍କା ବାହାର କରୁଥିବା ବେଳେ ଏଟଇଏମ୍ ସହ ବାହାରି ଆସିଥିଲା ଡିଭାଇସ୍।
ଘଟଣା ଅନୁଯାୟୀ, ଇଞ୍ଜିନିୟର ଅବଧେସ ପାଣ୍ଡେ ନିଜର ଏଟିଏମ୍ କାର୍ଡରୁ ଅଞ୍ଚଳରେ ଥିବା ଏକ୍ସିସ୍ ଏଟିଏମ୍ ବୁଥକୁ ଯାଇଥିଲେ। ସେଠାରେ ସେ ଟଙ୍କା ବାହାର କରିବା ପାଇଁ ଏଟିଏମ୍ କାର୍ଡକୁ ମେସିନରେ ପୂରାଇଥିଲେ। କିନ୍ତୁ ହଠାତ୍ ମେସିନ୍ ଭିତରେ ଫସି ଯାଇଥିଲା ଏଟିଏମ କାର୍ଡ।
ନିଶ୍ଚିତ ପଢ଼ନ୍ତୁ : ୪ ବର୍ଷର ନାବାଳକ, ୮ମାସର ଗର୍ଭବତୀ ମା’ ଉପରେ ଚଲାଇଲା ଗୁଳି
ଏହାପରେ ସେ ଏଟିଏମ୍ ନିକଟରେ ଲାଗିଥିବା ଡିଭାଇସକୁ ତାଡି ଦେଇଥିଲେ। ବ୍ୟକ୍ତି ଜଣଙ୍କ ଏହି ମାମଲା ନେଇ କାସନା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ। ଏହି ଡିଭାଇସ୍ ଲଗାଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।