Below header

ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ଚର୍ଯ୍ୟା ହେଲେ ଡିପ୍‌ଫେକର ଶିକାର, ଭିଡିଓ ହେଉଛି ଭାଇରାଲ

ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଡିପ୍‌ଫେକର ଫଟୋ ଏବଂ ଭିଡିଓ ଯୋଗୁ ଅନେକ ସେଲିବ୍ରିଟି ଚିନ୍ତିତ ଅଛନ୍ତି । କାରଣ ଏହି ମାମଲା ଦିନକୁ ଦିନ ବଢି ଚାଲିଛି । ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି । ଏହି ସେଲିବ୍ରିଟିଙ୍କର ନକଲି ଭିଡିଓ ଇନ୍‌ଣ୍ଟରନେଟ୍‌ରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଜଣେ ଯୁବତୀ ଏକ ସୁଇମିଂ ପୁଲରେ ଐଶ୍ଚର୍ଯ୍ୟାଙ୍କ ମୁହଁର ପୋଜ୍‌ କରୁଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ alauddinn_official ରୁ ସେୟାର ହୋଇଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଭିଡିଓ ଦେଖିଲେ ଜଣାପଡୁଛି ଯେ ସେହି ଭିଡିଓରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ଚର୍ଯ୍ୟା ନୁହେଁ ବରଂ ଅନ୍ୟ ଜଣେ କେହି । କିନ୍ତୁ ଏହା ଚିନ୍ତାର ବିଷୟ ଯେ ବାରାମ୍ବାର ଏପରି ହୋଇଚାଲିଛି । ସେହିପରି ଭାବେ AI ବ୍ୟବହାରକୁ ନେଇ ଅନେକ ଚିନ୍ତା ବଢିବା ପାଇଁ ଲାଗିଛି । ତେବେ ଏହାର ବ୍ୟବହାର କିଛି କାମ ପାଇଁ ଠିକ୍‌ ହୋଇଥିବା ବେଳେ ଅନେକ ସେଲିବ୍ରିଟିଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।

ସୂଚନା ମୁତାବକ, ଏହି ସବୁ ଭିଡିଓ ଭାଇରାଲ ହେବା ପରେ ବଲିଉଡର ସମସ୍ତ ସେଲିବ୍ରିଟି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହାର ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ କହିଛନ୍ତି । ଏହି ସବୁ ସେଲିବ୍ରିଟିଙ୍କ ଫ୍ୟାନ୍ସ ମଧ୍ୟ ଅନେକ ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହ ଡିପ୍‌ଫେକରକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ସେହିପରି ଭାବେ AI ଭିଡିଓ ଏକ ଏପରି ଜିନିଷ ଯାହା ସାହାଯ୍ୟରେ ଅନ୍ୟ ଜଣକ ଚେହେରାକୁ ଆଉ ଜଣଙ୍କ ମୁହଁରେ ପରିବର୍ତ୍ତନ କରାଯାଇପାରିବ । ତେବେ ଏହା ଲୋକମାନଙ୍କୁ ଅନେକ ଭୁଲ ସୂଚନା ଦେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.