ପେଟ୍ରୋଲ ପମ୍ପରେ ଲାଗିଥିଲା ଲମ୍ବା ଲାଇନ୍, ଘୋଡ଼ାରେ ବସି ଖାଦ୍ୟ ଡେଲିଭରି ଦେବାକୁ ଗଲେ Zomato ବୟ
ତେଲେଙ୍ଗାନାର ହାଇଦ୍ରାବାଦର ଚଞ୍ଚଲଗୁଡ଼ାରୁ ଜଣେ ଡେଲିଭରି ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜମାଟୋର ଏହି ଡେଲିଭରି ବୟ ଘୋଡ଼ାରେ ବସି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯାଉଛନ୍ତି।
ତେଲେଙ୍ଗାନାର ହାଇଦ୍ରାବାଦର ଚଞ୍ଚଲଗୁଡ଼ାରୁ ଜଣେ ଡେଲିଭରି ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜମାଟୋର ଏହି ଡେଲିଭରି ବୟ ଘୋଡ଼ାରେ ବସି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯାଉଛନ୍ତି। ରାସ୍ତାରେ ଯାଉଥିବା ଲୋକେ ଯେତେବେଳେ ଏହାର କାରଣ ପଚାରୁଛନ୍ତି, ଯୁବକ କହୁଛନ୍ତି ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଥିଲା, ଯେଉଁ କାରଣରୁ ତାଙ୍କୁ ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ ସମୟ ଲାଗିଥାଆନ୍ତା। ତେଣୁ ସେ ଘୋଡ଼ା ଚଢ଼ି ଡେଲିଭରି ଦେବାକୁ ଠିକ୍ ବୋଲି ଭାବିଥିଲେ।
ଜନଗହଳିପୂର୍ଣ୍ଣ ଅଞ୍ଚଳ ଦେଇ ଯେତେବେଳେ ଯୁବକ ଯାଇଥିଲେ, ତ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କହି ରଖୁଛୁ, ନିକଟରେ କେନ୍ଦ୍ର ସରକାର ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ନିୟମ ଲାଗୁ କରିଛନ୍ତି, ଯାହା ଅଧୀନରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହିତ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡର ବ୍ୟବସ୍ଥା ହୋଇଛି।
ଏହି ଆଇନକୁ ବିରୋଧ କରି ଗତକାଲି ପରିବହନ ସଂଘ ଦେଶବ୍ୟାପୀ ହଡ଼ତାଳ କରିଥିଲା। ସାରା ଦେଶରେ ଟ୍ରକ୍ ଏବଂ ବସ୍ ସେବା ବ୍ୟାହତ ହେବାରୁ ଲୋକେ ନାନା ସମସ୍ୟା ଭୋଗିଥିଲେ। କେଉଁଠି ଖାଦ୍ୟ ସାମଗ୍ରୀ ଯୋଗାଣ ଠପ୍ ହୋଇଯାଇଥିଲା ତ କେଉଁଠି ପେଟ୍ରୋଲ ଓ ଡିଜେଲ୍ର ଅଭାବ ଦେଖାଦେଇଥିଲା।
ସେପଟେ ହଡ଼ତାଳ ବିଷୟରେ ଖବର ଶୁଣି ଅନେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଅବଶ୍ୟ, ସରକାର ଏବେ ଘୋଷଣା କରିଛନ୍ତି ଯେ ନୂଆ ଆଇନ ଜଲ୍ଦି ଲାଗୁ ହେବନାହିଁ। ତେବେ ଜମାଟୋ ବୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।