ଓଡ଼ିଶାରେ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ମେଣ୍ଟରେ ଥିବା ଦଳ ସହ କରିବେ ଆଲୋଚନା

ଓଡ଼ିଶାରେ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ମଲ୍ଲିକାର୍ଜୁନ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌ ଓଡ଼ିଶା): ଓଡ଼ିଶାରେ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ମଲ୍ଲିକାର୍ଜୁନ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସେଠାରୁ ବିରାଟ ପଟୁଆରରେ ଆସି ଲୋୟର ପିଏମଜିରେ ଆୟୋଜିତ ଓଡ଼ିଶା ବଞ୍ଚାଓ ସମାବେଶରେ ଉଦବୋଧନ ଦେବେ। ପିସିସି ସଭାପତି, ପ୍ରଭାରୀ ଅଜୟ କୁମାରଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସାମିଲ ହୋଇଥିବା କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଓ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ । ସମାବେଶ ପରେ ଦଳର ବରିଷ୍ଠ ନେତା ଓ କଂଗ୍ରେସ ମେଣ୍ଟରେ ଥିବା ଦଳ ସହ ମଲ୍ଲିକାର୍ଜୁନ ଖଡଗେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଆଇସିସି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ। ଖଡଗେଙ୍କ ଓଡ଼ିଶା ଗସ୍ତକୁ ନେଇ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ହୋଇପଡ଼ିଛନ୍ତି।

Leave A Reply

Your email address will not be published.