ଫେବୃଆରୀ ୧୦ ରୁ ୧୮ ପର୍ଯ୍ୟନ୍ତ ଘରେ କରନ୍ତୁ ନାହିଁ ଏହି କାମ, ନଚେତ୍ ଦୁର୍ଭାଗ୍ୟ ଆପଣଙ୍କୁ ଛାଡିବ ନାହିଁ

ଚଳିତ ବର୍ଷ ମାଘ ମାସର ଗୁପ୍ତ ନବରାତ୍ରୀ ଫେବୃଆରୀ ୧୦ରୁ ଆରମ୍ଭ ହୋଇଛି, ଯାହାକି ଫେବୃଆରୀ ୧୮ ପର୍ଯ୍ୟନ୍ତ ଚାଲିବ । ଗୁପ୍ତ ନବରାତ୍ରୀର ଏହି ୯ଟି ପବିତ୍ର ଦିନରେ କିଛି କାମ କରିବା ନିଷେଧ ହୋଇଥାଏ ।

ଆପଣମାନେ ତ ଜାଣିଥିବେ ଯେ ଆମ ସମାଜରେ ବାସ କରୁଥିବା ସମସ୍ତ ଲୋକମାନେ ଧର୍ମ ଶାସ୍ତ୍ର ଉପରେ ବହୁତ ବିଶ୍ୱାସ କରନ୍ତି । ଏଭଳି ପରିସ୍ଥିତିରେ ଚଳିତ ବର୍ଷର ଗୁପ୍ତ ନବରାତ୍ରୀ ଆରମ୍ଭ ହୋଇଛି । ତେବେ ଗୁପ୍ତ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ଶକ୍ତି ରୂପରେ ପୂଜା କରାଯାଏ । ଏହି ସମସ୍ତ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ପୂଜା କରାଯାଏ । ଗୁପ୍ତ ନବରାତ୍ରୀ ମାଗ ମାସରେ ପଡିଥାଏ । ଚଳିତ ବର୍ଷ ମାଘ ମାସର ଗୁପ୍ତ ନବରାତ୍ରୀ ଫେବୃଆରୀ ୧୦ରୁ ଆରମ୍ଭ ହୋଇଛି, ଯାହାକି ଫେବୃଆରୀ ୧୮ ପର୍ଯ୍ୟନ୍ତ ଚାଲିବ । ଗୁପ୍ତ ନବରାତ୍ରୀର ଏହି ୯ଟି ପବିତ୍ର ଦିନରେ କିଛି କାମ କରିବା ନିଷେଧ ହୋଇଥାଏ । ତେବେ ଆପଣମାନେ ଜାଣିନଥିବେ ଯେ ନବରାତ୍ରୀ ସମୟରେ ଏହିସବୁ କାମ କରିବା ଦ୍ୱାରା ଦେବୀ ଦୁର୍ଗା କ୍ରୋଧିତ ହୋଇପାରନ୍ତି । ଯାହା ଜୀବନରେ ଅନେକ ଅସୁବିଧା ସୃଷ୍ଟି କରିପାରେ । ତେଣୁ ନବରାତ୍ରୀ ସମୟରେ ଏହିସବୁ କରିବା ଉଚିତ୍ ନୁହେଁ । ସେଥିପାଇଁ ଫେବୃଆରୀ ୧୮ ପର୍ଯ୍ୟନ୍ତ ମାଘଗୁପ୍ତା ନବରାତ୍ରୀ ସମୟରେ ଏହିସବୁ କାମ ଭୁଲ୍‌ରେ କରନ୍ତୁ ନାହିଁ । ନଚେତ୍ ଦୁର୍ଭାଗ୍ୟ ଆପଣଙ୍କୁ ଛାଡିବ ନାହିଁ । ଯାହାଫଳରେ ଆପଣ ଆଗକୁ ଯାଇ ବହୁତ ବିପଦରେ ପଡିପାରନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମୟରେ କେଉଁ ସବୁ କାମ କରିବା ଉଚିତ ନୁହେଁ ।

ଗୁପ୍ତ ନବରାତ୍ରୀ ସମୟରେ ତନ୍ତ୍ର ସାଧନା କରାଯାଇଥାଏ । ଏଥିପାଇଁ ଅତି କଠୋର ନିୟମ ମାନିବାକୁ ପଡିଥାଏ । ତେଣୁ ଘରଲୋକମାନେ ତନ୍ତ୍ର ପୂଜାରେ ଅଂଶଗ୍ରହଣ କରିବା ଉଚିତ୍ ନୁହେଁ, ଯଦି ସେମାନେ ଏଥିରେ ଅଂଶଗ୍ରହଣ କରନ୍ତି ତେବେ ସେମାନେ ଏଥିପାଇଁ ଉଲ୍ଲେଖ କରାଯାଇଥିବା ନିୟମକୁ କଡାକଡି ଭାବରେ ପାଳନ କରିବା ଉଚିତ୍ । ନଚେତ୍ ଲାଭ ହେବା ବଦଳରେ କ୍ଷତି ହୋଇପାରେ । ତେବେ ତନ୍ତ୍ର ପୂଜାରେ ଭୁଲ୍ ହେବା ଦ୍ୱାରା ପରିବାରରେ ବ୍ୟାପକ କ୍ଷତି ହୋଇପାରେ ।

ଗୁପ୍ତ ନବରାତ୍ରୀ ହେଉଛି ଶରୀର ଏବଂ ଆତ୍ମାକୁ ଶୁଦ୍ଧ କରିବାର ସମୟ । ଏଥିରେ ଶୁଦ୍ଧତାର ଯତ୍ନ ନିଆଯାଏ ଏବଂ ଏହି ସମୟ ମଧ୍ୟରେ ବ୍ରହ୍ମଚାର୍ଯ୍ୟ ମଧ୍ୟ ଅନୁସରଣ କରାଯାଏ ।

ଗୁପ୍ତ ନବରାତ୍ରୀ ସମୟରେ ରସୁଣ, ପିଆଜ, ନନ୍‌ ଭେଜ୍, ମଦ୍ୟପାନ ଇତ୍ୟାଦି ଜିନିଷ ଖାଆନ୍ତୁ ନାହିଁ । ନଚେତ୍ ରାହୁ ଏବଂ କେତୁ ଗ୍ରହମାନେ ଅଶୁଭ ଫଳାଫଳ ଦେବା ଆରମ୍ଭ କରିପାରନ୍ତି ।

ଗୁପ୍ତ ନବରାତ୍ରୀ ସମୟରେ ଆପଣଙ୍କର ନଖ କିମ୍ବା କେଶ କାଟନ୍ତୁ ନାହିଁ । ଏହା ଘରେ ତ୍ରୁଟି ସୃଷ୍ଟି କରିପାରେ । ଜୀବନରେ ମଧ୍ୟ ଦୁଃଖ ଆସେ । ମାନସିକ ସମସ୍ୟା ହୋଇପାରେ । ତେବେ ଏପରି ଅନେକ ସମସ୍ୟା ହୋଇପାରେ ।

ଗୁପ୍ତ ନବରାତ୍ରୀ ସମୟରେ କାହା ପାଇଁ ଖରାପ ଚିନ୍ତାଧାରା ରଖନ୍ତୁ ନାହିଁ । କାହାକୁ ଅପମାନ କରନ୍ତୁ ନାହିଁ । ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଭୁଲ କରନ୍ତୁ ନାହିଁ । ନିଜର ଅଧିକ ସମୟ ଦେବୀଙ୍କୁ ପୂଜା କରିବାରେ ବିତାନ୍ତୁ । ତେବେ କେବଳ ଏହି ସମସ୍ତ ନିୟମ ଅନୁସରଣ କରି ଆପଣ ପୂଜାର ସମ୍ପୂର୍ଣ୍ଣ ଫଳାଫଳ ପାଇପାରନ୍ତି । ସେଥିପାଇଁ ଯେଉଁ ବ୍ୟକ୍ତି ଏହି ଗୁପ୍ତ ନବରାତ୍ରୀ କରୁଛନ୍ତି, ସେମାନେ ଏହି ସବୁ ନିୟମକୁ ମାନିବା ନିହାତି ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.