ଶହ ଶହ ଟ୍ରାକ୍ଟର ଓ ଯାନବାହାନ ଧରି ଦିଲ୍ଲୀ ଅଭିମୁଖେ ଚାଷୀ, ପୋଲିସର ଟିୟର ଗ୍ୟାସ ମାଡ଼

ଚାଷୀ-ପୋଲିସ ମୁହାଁମୁହିଁ। ପୁଣି ପୋଲିସର ଟିୟର ଗ୍ୟାସ ମାଡ଼। ପଞ୍ଜାବ-ହରିଆଣା ଶମ୍ଭୁ ସୀମାରେ ବଢ଼ୁଛି ଉତ୍ତେଜନା। ଗୋଟିଏ ରାତିର ଅସ୍ଥାୟୀ ସିଜ ଫାୟାର ଘୋଷଣା ପରେ ଆଜି ପୁଣି ଦିଲ୍ଲୀ ଚଲୋ ଅଭଯାନ ଆରମ୍ଭ କରିଥିଲେ ହଜାର ହଜାର ଚାଷୀ।

ନୂଆଦିଲ୍ଲୀ : ଚାଷୀ-ପୋଲିସ ମୁହାଁମୁହିଁ। ପୁଣି ପୋଲିସର ଟିୟର ଗ୍ୟାସ ମାଡ଼। ପଞ୍ଜାବ-ହରିଆଣା ଶମ୍ଭୁ ସୀମାରେ ବଢ଼ୁଛି ଉତ୍ତେଜନା। ଗୋଟିଏ ରାତିର ଅସ୍ଥାୟୀ ସିଜ ଫାୟାର ଘୋଷଣା ପରେ ଆଜି ପୁଣି ଦିଲ୍ଲୀ ଚଲୋ ଅଭଯାନ ଆରମ୍ଭ କରିଥିଲେ ହଜାର ହଜାର ଚାଷୀ। ବାରିକେଡ୍ ଆଡ଼କୁ ଆଗେଇବା ବେଳେ ପୋଲିସ ଟିୟର ଗ୍ୟାସ ମାଡ଼ କରିଥିଲା। ଡ୍ରୋନରୁ ଆକାଶ ମାର୍ଗରୁ ଟିୟର ଗ୍ୟାସ ନିକ୍ଷେପ କରୁଛି ପୋଲିସ। ଡ୍ରୋନ୍ ମୁକାବିଲା ପାଇଁ ଚାଷୀମାନେ ଗୁଡ଼ିକୁ ଅସ୍ତ୍ର କରୁଥିବା ଦେଖିବାକୁ ମିଳିଛି। ଏମସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବିରେ ଦିଲ୍ଲୀ ଚଲୋ ଜିଦରେ ଅଟଳ ଅଛନ୍ତି ଚାଷୀ।

ପଞ୍ଜାବ, ହରିଆଣାରୁ ଆସିଥିବା ହଜାର ହଜାର ଚାଷୀ ଓ ଶହଶହ ଟ୍ରାକ୍ଟର ଶମ୍ଭୁ ସୀମାରେ ଲାଇନ ଲଗାଇଛନ୍ତି। ଚାଷୀଙ୍କ ରାସ୍ତାରେ ଲୁହା ଆଉ କଂକ୍ରିଟ ବାଡ଼ ପଡ଼ିଛି। କଂକ୍ରିଟ୍ ବାଡ଼ ହଟାଇବାକୁ ମଧ୍ୟ ବଳ କଷୁଛନ୍ତି ଚାଷୀ। ଟିୟର ଗ୍ୟାସ ପ୍ରଭାବ ହ୍ରାସ କରିବାକୁ ମଧ୍ୟ ଉପାୟ ବାହାର କଲେଣି। ଏଣେ ଦିଲ୍ଲୀରେ ସୀମାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ। ୨୦୨୦-୨୧ର ଦୃଶ୍ୟକୁ ମନେ ପକାଇ ଦେଉଛି ଚାଷୀ ଆନ୍ଦୋଳନ 2.0। କଡ଼ା ତେବେ ଆନ୍ଦୋଳନରୁ ଓହରି ସକରାତ୍ମକ ଆଲୋଚନା ଦ୍ବାରା ସମାଧାନ କରିବାକୁ ଚାଷୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା।

Leave A Reply

Your email address will not be published.