Below header

ୟୁପି ପୋଲିସ ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ, କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

ୟୁପି ପୋଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ଆଡମିଟ୍ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ ଓ ନାଁ ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଉତ୍ତର ପ୍ରଦେଶ ପୋଲିସ ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ । ୟୁପି ପୋଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ଆଡମିଟ୍ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଫଟୋ ଓ ନାଁ ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଭାଇରାଲ୍ ପୋଷ୍ଟ୍ ଗୁଡ଼ିକରେ ସନ୍ନି ଲିଓନଙ୍କ ଫଟୋ ଓ ନାଁ ଉଲ୍ଲେଖ ଥିବା ଆଡମିଟ୍ କାର୍ଡ ସେୟାର୍ ହେଉଛି । ଉତ୍ତର ପ୍ରଦେଶ ପୋଲିସ୍ ରିକ୍ରୁଟ୍ ମେଣ୍ଟ୍ ଆଣ୍ଡ୍ ପ୍ରମୋସନ୍ ବୋର୍ଡ’ର ୱେବ୍ ସାଇଟରେ ପଞ୍ଜୀକୃତ ହୋଇଥିବା ଆଡମିଟ୍ କାର୍ଡରେ ସନ୍ନି ଲିଓନଙ୍କ ଫଟୋ ମଧ୍ୟ ରହିଛି । ଏନେଇ ନିଜଆଡୁ ସ୍ପଷ୍ଟୀକରଣ ଦେଇ ‘ଉତ୍ତରପ୍ରଦେଶ ପୋଲିସ ରିକ୍ରୁଟ ମେଣ୍ଟ୍ ଆଣ୍ଡ୍ ପ୍ରମୋସନ୍ ବୋର୍ଡ’ କହିଛି, ସନ୍ନି ଲିଓନଙ୍କ ନାମ ଥାଇ ଭାଇରାଲ୍ ହୋଇଥିବା ଆଡମିଟ୍ କାର୍ଡଟି ଜାଲ୍ ।

ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପରୀକ୍ଷା ପାଇଁ ୪୮ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଛନ୍ତି । ଆଉ ଏଥିରେ ସନ୍ନି ଲିଓନିଙ୍କ ନାମ ରହିଛି । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ଆଡମିଟ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ ସହିତ ନାଁ ରହିଛି । ଏଥିରେ ସନ୍ନିଙ୍କ ଗ୍ଲାମରର୍ସ ଫଟୋ ଦେଖିବାକୁ ମିଳିଛି । ଆଡମିଟ କାର୍ଡରେ ଥିବା ଫଟୋରେ ସନ୍ନି ରେଡ କଲର ଡ୍ରେସ ପିନ୍ଧିଛନ୍ତି । ଏଥିରେ ତାଙ୍କ ବାପାଙ୍କ ନାମରେ JORJCI ଲେଖାଥିବା ବେଳେ ମା’ଙ୍କ ନାମ DARMI ଲେଖାଯାଇଛି । ପିନ କୋଡ ୨୧୦୪୨୩ ଏବଂ ଆଧାର ନଂ ୩୫୧୩୩୪୬୭୩୮୮୭ ରହିଛି । ପରୀକ୍ଷା ରେଜିଷ୍ଟ୍ରେସନ ନଂ ୧୨୨୫୮୫୭୪ ଲେଖାଯାଇଛି । ଆଡମିଟ୍‌ କୋଡ ୫୧୦୧୦ ରହିଛି । ଏହି ଆଡମିଟ କାର୍ଡ ଭାଇରଲ ହେବା ସହିତ ସୋସିଆଲ ମିଡିଆରେ ଏହାର ମଜାକ ଉଡାଉଛନ୍ତି ଫ୍ୟାନ୍ସ ।

ଏପଟେ ଏସପି ଅମିତ କୁମାର ଆନନ୍ଦ ପୋଲିସ ବିଭାଗକୁ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ସେ କହିଛନ୍ତି ଏହା କୌଣସି ବ୍ୟକ୍ତିଙ୍କ ବଦମାସି । ସନ୍ନି ଲିଓନିଙ୍କ ନାଁରେ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.