ଟେଷ୍ଟ ଇତିହାସରେ ଭାରତୀୟ ଟିମର ରେକର୍ଡ, ଦୀର୍ଘ ୧୫ ବର୍ଷ ପରେ ଟପ୍ ୫ ବ୍ୟାଟର କଲେ ୫୦ରୁ ଅଧିକ ରନ୍
୧୫ ବର୍ଷ ପରେ ପୁଣି ଏମିତି ରେକର୍ଡ ହୋଇଛି । ଭାରତର ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୫୭, ରୋହିତ ଶର୍ମା ୧୦୩, ଶୁବମନ ଗିଲ ୧୧୦, ଦେବଦତ୍ତ ପାଡିକ୍କିଲ ୬୫ ଏବଂ ସରଫରାଜ ଖାନ ୫୬ ରନ୍ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ପାଳିରେ ଏଭଳି କାରନାମା ହୋଇଛି ।
ଧର୍ମଶାଳାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ୫ମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ପାଳିରେ ୮ ଓ୍ଵିକେଟ ହରାଇ ୪୭୩ ରନ୍ କରି ୨୫୫ ରନରେ ଆଗୁଆ ରହିଛି । କୁଲଦୀପ ଯାଦବ ୨୭ ରନ୍ ଜସପ୍ରୀତ ବୁମରା ୧୯ ରନ୍ କରି ଅପରାଜିତ ରହିଛନ୍ତି । ଏହି ମ୍ୟାଚରେ ଭାରତ ଅନେକ ରେକର୍ଡ କରିଛି । ବ୍ୟାଟିଂ ହେଉ କିମ୍ବା ବୋଲିଂ ସବୁଥିରେ କମାଲ କରୁଛନ୍ତି ଭାରତୀୟ ଟିମର ଖେଳାଳି ।
ଭାରତ ଟେଷ୍ଟ କ୍ରିକେଟ ଇତିହାସରେ ଟପ୍ ୫ ଜଣ ବ୍ୟାଟର ୫୦ରୁ ଅଧିକ ରନ୍ କରିଛନ୍ତି । ରୋହିତ ଶର୍ମା ଏବଂ ଶୁବମନ ଗିଲ ଶତକୀୟ ଇଂନିସ ଖେଳିଥିବା ବେଳେ ଯଶସ୍ୱୀ ଜୟସଓ୍ଵାଲ, ସରଫରାଜ ଖାନ, ଦେବଦତ୍ତ ପାଡିକ୍କିଲ ଅର୍ଦ୍ଧଶତକ ମାରିଛନ୍ତି । ଏହି ମ୍ୟାଚରେ ଦେବଦତ୍ତ ପାଡିକ୍କିଲ ଟେଷ୍ଟ ଡେବ୍ୟୁ କରିଛନ୍ତି ।
ପ୍ରଥମ ଥର ପାଇଁ ୧୯୯୮ରେ ଭାରତ ପ୍ରଥମ ଥର ପାଇଁ ରେକର୍ଡ କରିଥିଲା । କୋଲକତାରେ ଅଷ୍ଟ୍ରେଲିଆ ଟିମ୍ ବିପକ୍ଷରେ ଭିଭିଏସ ଲକ୍ଷ୍ମଣ ୯୫, ନବଜୋତ ସିଂ ସିଦ୍ଧୁ ୯୭, ରାହୁଲ ଦ୍ରାବିଡ ୮୬, ସଚିନ ତେନ୍ଦୁଲକର ୭୯ ଏବଂ ମହମ୍ମଦ ଆଝାରୁଦ୍ଦିନ ୧୬୩ ରନ୍ କରିଥିଲେ । ଏହାପରେ ୬ ନଂ ସ୍ଥାନରେ ବ୍ୟାଟିଂ କରୁଥିବା ସୌରଭ ଗାଙ୍ଗୁଲି ମଧ୍ୟ ୬୫ ରନ୍ କରିଥିଲେ । ଭାରତ ଏହି ମ୍ୟାଚର ପ୍ରଥମ ଇନିଂସରେ ହିଁ ୨୧୯ ରନରେ ଜିତିଥିଲା ।
୧୯୯୯ରେ ପୁଣି ଏଭଳି ରେକର୍ଡ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଦେବାଙ୍ଗ ଗାନ୍ଧି ୭୫, ସଦଗୋପନ ରମେଶ ୭୩, ରାହୁଲ ଦ୍ରାବିଡ ୧୪୪, ସଚିନ ତେନ୍ଦୁଲକର ୧୨୬ ରନ୍ ଏବଂ ଗାଙ୍ଗୁଲି ୬୪ ରନ୍ କରିଥିଲେ । ଏହାପରେ ୨୦୦୯ରେ ଏମିତି ରେକର୍ଡ ହୋଇଥିଲା ।
ଏବେ ପାଖାପାଖି ୧୫ ବର୍ଷ ପରେ ପୁଣି ଏମିତି ରେକର୍ଡ ହୋଇଛି । ଭାରତର ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୫୭, ରୋହିତ ଶର୍ମା ୧୦୩, ଶୁବମନ ଗିଲ ୧୧୦, ଦେବଦତ୍ତ ପାଡିକ୍କିଲ ୬୫ ଏବଂ ସରଫରାଜ ଖାନ ୫୬ ରନ୍ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ପାଳିରେ ଏଭଳି କାରନାମା ହୋଇଛି ।