କୁହୁଡିର ଚାଦର ତଳେ ଟ୍ୱିନ୍ ସିଟି, ଗାଡିମୋଟର ଚଳାଚଳରେ ବାଧାପ୍ରାପ୍ତ

କୁହୁଡିର ଚାଦର ତଳେ ରାଜଧାନୀ ।  ଆଜି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏଥିପାଇଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ ନାହିଁ ।

କଟକ/ ଭୁବନେଶ୍ୱର (କେନ୍ୟୁଜ): କୁହୁଡିର ଚାଦର ତଳେ ରାଜଧାନୀ । ଆଜି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏଥିପାଇଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ ନାହିଁ । ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତ ୨ରୁ ୩ ଦିନ ହେଲା ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିଲା। କାଳବୈଶାଖୀର ଲଗାଣ ବର୍ଷା ପରେ ପାଗରେ ହେବ ବଡ଼ ପରିବର୍ତ୍ତନ। ଟାଇଁ ଟାଇଁ ଖରା ହେବ। ତାତି ପୁଣି ବଢ଼ିବ। ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ। ୨୩ ତାରିଖ ବେଳକୁ ଅଧା ଓଡ଼ିଶା ଓ ୨୪ ତାରିଖ ବେଳକୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ୨୪ତାରିଖରେ ବହୁ ସ୍ଥାନରେ ଦିନର ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.