ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ : ଫିଲ୍ମ ‘ଉରି’- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ଟିମ୍‌ ପକ୍ଷରୁ ସହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ବୀର ଜବାନଙ୍କ ପରିବାରକୁ ଚାରିଆଡୁ ସହାୟତାର ହାତ ଲମ୍ବିଛି । ଏହି ପରିପେକ୍ଷୀରେ ୨୦୧୯ରେ ରିଲିଜ୍ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ଟିମ୍‌ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସହିଦମାନଙ୍କ ପରିବାରକୁ ସମୁଦାୟ  ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଫିଲ୍ମର ପ୍ରଯୋଜକ ରୋନି ସ୍କ୍ରୁ ଓ୍ଵାଲା ସୋସିଆଲ୍‌ ମିଡିଆରେ ଏ ସଂପର୍କରେ ସୂଚନା ଦେଇଥିବାବେଳେ ସେ ଅନ୍ୟମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବାକୁ ବିନିତ ନିବେଦନ କରିଛନ୍ତି।

sehwagତେବେ ପୂର୍ବରୁ ମଧ୍ୟ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ପ୍ରତି ସହିଦଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହେୱାଗ୍ ମଧ୍ୟ ସହିଦ ଯବାନଙ୍କ ପରିବାର ଆଡକୁ ସହାୟତାର ହାତ ବଢ଼ାଇଛନ୍ତି। ସେ ଯବାନଙ୍କ ପିଲାମାନଙ୍କର ସମସ୍ତ ପାଠପଢ଼ା ଖର୍ଚ୍ଚ ଉଠାଇବା ନେଇ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଅନେକ କଳାକାର ଏବଂ ଖେଳାଳୀଙ୍କ ସହିତ ସାମିଲ ଅଛି ରିଲାଏନ୍ସ ଫାଉଣ୍ଡେସନ। ଏହି ସଂସ୍ଥା ମଧ୍ୟ ଯବାନଙ୍କ ପିଲାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ତାଙ୍କ ପାଠ ପଢ଼ା ସଠିକ ସ୍ଥାନରେ କିପରି ହେବ ତାହାର ଦାୟିତ୍ବ ବହନ କରିଛି।

Leave A Reply

Your email address will not be published.