ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ହୁତୁ ହୁତୁ ହୋଇ ଜଳିଲା ଘର

ଘର ଛାତ ଫାଟି ଆଁ କରିଛି । ହୁତୁ ହୁତୁ ହୋଇ ଜଳୁଛି ଘର । ଏହି ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ଉଠୁଛି । ଆମେ ଏହି ଦୃଶ୍ୟକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁ ନୁ । କିଭଳି ଏହି ନିଆଁ ର ଆଁରେ ଜଳିଯାଇଛି ସମ୍ପୂର୍ଣ୍ଣ ଘର ।

ଘର ଛାତ ଫାଟି ଆଁ କରିଛି । ହୁତୁ ହୁତୁ ହୋଇ ଜଳୁଛି ଘର । ଏହି ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ଉଠୁଛି । ଆମେ ଏହି ଦୃଶ୍ୟକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁ ନୁ । କିଭଳି ଏହି ନିଆଁ ର ଆଁରେ ଜଳିଯାଇଛି ସମ୍ପୂର୍ଣ୍ଣ ଘର । ଏହି ନିଆଁକୁ ଦେଖିଲେ ଯେ କେହି ବି ଡରି ଯିବେ । ନିଆଁର ପ୍ରଭାବ ଏତେ ଭୟଙ୍କର ଥିଲା ଚାରିପାଖରେ ଥିବା ଘରେ ରହିପାରି ନଥିଲେ ଲୋକେ । ପ୍ରଚଣ୍ଡ ଶବ୍ଦ ଆଉ ନିଆଁ ଲୋକଙ୍କ ଆଖି ନିଦ ହଜାଇ ଦେଇଛି ।

ସମୟ ପ୍ରାୟ ୧୨ ଟା ହେବ । ଉଦୁ ଉଦିଆ ଖରାବେଳ । ଲୋକେ ଏହି ଖରାରେ ବାହାରକୁ ବାହାରି ପାରୁ ନଥାନ୍ତି । ହେଲେ ଠିକ୍‌ ଏହି ସମୟରେ ହଠାତ୍‌ ଶୁଭିଥିଲା ଶବ୍ଦ । ସେହି ଶବ୍ଦ ଥିଲା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ । ଆଉ ହୁତୁ ହୁତୁ ଜଳୁଥିଲା ଆଜବେଷ୍ଟ ଘର । ଏ ଥିଲା କଟକ ବକ୍ସିବଜାର ଅଞ୍ଚଳର ଦୃଶ୍ୟ । ବକ୍ସିବଜାର ପଟାପୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇ ଲାଗିଲା ନିଆଁ। ନିଆଁ ଲାଗି ଘର ଜଳୁଥିବା ସମୟରେ ଫାଟିଲା ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର। ଅଗ୍ନିକାଣ୍ଡ ଘଟିଥିବା ଘର ମାଲିକ ଏମ୍. ଆପ୍ପା ରାଓ ବୋଲି ଜଣାପଡିଛି । ଉପର ମହଲରେ ରୋଷେଇ ଘର ଥିଲା ବୋଲି ସୂଚନା ମିଳିଛି । ଅଗ୍ନିକାଣ୍ଡ ପ୍ରଭାବରେ ଘର ଭିତର ଫାଟ ସୃଷ୍ଟି ହେବା ସହିତ ଆଖପାଖ ଘର କାନ୍ଥ କଳା ପଡି ଯାଇଥିବା ଦେଖିବାକୁ ମିଳିଛି । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳି ନଷ୍ଟ ହୋଇ ଯାଇଛି । ବିସ୍ଫୋରଣ ପ୍ରଭାବରେ ଅନେକ ସାମଗ୍ରୀ ଘର ବାହାରକୁ ଛିଟିକି ପଡିଥିଲା ।

ତେବେ କଟକରେ ଦୁଇଟି ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୧୨ ସମୟରେ ଘଟିଥିଲା । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କ କିଛି କ୍ଷତି ହୋଇନଥିବା ବେଳେ ଘରଟି ସର୍ଣ୍ଣ ଜଳି ଯାଇଥିଲା। ବର୍ତ୍ତମାନ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ ଲିକ୍‌ ହିଁ ଅଗ୍ନିକାଣ୍ଡର କାରଣ ବୋଲି ଅଗ୍ନିଶମ ବିଭାଗ ପାଖରୁ ସୂଚନା ଦିଆଯାଇଛି ।

ସେହିପରି ଏହି ପୂର୍ବାହ୍ନରେ କଟକ ଜିଲ୍ଲା କୋଷାଗାରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଜଳିଯାଇଥିଲା ମେନ ସୁଇଚ୍‌ ବୋର୍ଡ଼। ଠିକଣା ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁ ଲିଭାଇଲେ ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ। ତା ପରେ ଖବର ପାଇ ପହଲେ ଅଗ୍ନିଶମ ବାହିନୀ ଓ ଦମକଳ ଗାଡି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.