ସୋସିଆଲ ମିଡିଆରେ ଭାଇରଲ ହେଉଛି ଟି୨୦ ବିଶ୍ୱକପ ଜର୍ସି, ଫ୍ୟାନ୍ସଙ୍କୁ ଆସୁନି ପସନ୍ଦ

ଭାଇରଲ ହୋଇଥିବା ଫଟୋରେ ଜର୍ସିରେ ଭାରତୀୟ ପତାକା ବା ତିରଙ୍ଗାର ଷ୍ଟ୍ରିପ ଲାଗିଛି । ଜର୍ସିର ଦୁଇପଟର ରଙ୍ଗ କେସରିଆ ହୋଇଥିବା ବେଳେ ସେଥିରେ ଧଳା ରଙ୍ଗର ଷ୍ଟ୍ରିପ ରହିଛି । ଜର୍ସିର ଆଗପଟ ରଙ୍ଗ ନୀଳ ରହିଛି । ଏଥିସହିତ ତା’ ଉପରେ ଆଡିଡାସ, ଡ୍ରିମ ୧୧ ଓ ବିସିସିଆଇର ଲୋଗୋ ମଧ୍ୟ ରହିଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏହା ଭାରତୀୟ ଦଳର ଅଫିସିଆଲ ଜର୍ସି ହେବ ବୋଲି ଅନେକ ଫ୍ୟାନ୍ସ ଦାବି କରୁଛନ୍ତି ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇସାରିଛି । ତେବେ ଟିମ୍‌ ଘୋଷଣାକୁ ଫ୍ୟାନ୍ସ ଯେମିତି ଚାହିଁରହିଥିଲେ ଜର୍ସି ଲଞ୍ଚକୁ ମଧ୍ୟ ସେମିତି ଚାହିଁ ରହିଛନ୍ତି । ଖବୁଶୀଘ୍ର ଟିମର ଜର୍ସି ଖୁବଶୀଘ୍ର ଲଞ୍ଚ ହେବ । ଭାରତୀୟ ଟିମ ନୂଆ ଜର୍ସିରେ ବିଶ୍ୱକପ ଖେଳିବ । କିନ୍ତୁ ଜର୍ସି ଲଞ୍ଚ ହେବା ପୂର୍ବରୁ ସୋସିଆଲ ମିଡିଆରେ ଫଟୋ ଭାଇରଲ ହେଉଛି । ଆଉ ଏହି ଫଟୋକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଫ୍ୟାନ୍ସଙ୍କୁ ଏହି ଜର୍ସି ପସନ୍ଦ ଆସୁନି ।

ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଫଟୋରେ ଜର୍ସିରେ ଭାରତୀୟ ପତାକା ବା ତିରଙ୍ଗାର ଷ୍ଟ୍ରିପ ଲାଗିଛି । ଜର୍ସିର ଦୁଇପଟର ରଙ୍ଗ କେସରିଆ ହୋଇଥିବା ବେଳେ ସେଥିରେ ଧଳା ରଙ୍ଗର ଷ୍ଟ୍ରିପ ରହିଛି । ଜର୍ସିର ଆଗପଟ ରଙ୍ଗ ନୀଳ ରହିଛି । ଏଥିସହିତ ତା’ ଉପରେ ଆଡିଡାସ, ଡ୍ରିମ ୧୧ ଓ ବିସିସିଆଇର ଲୋଗୋ ମଧ୍ୟ ରହିଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏହା ଭାରତୀୟ ଦଳର ଅଫିସିଆଲ ଜର୍ସି ହେବ ବୋଲି ଅନେକ ଫ୍ୟାନ୍ସ ଦାବି କରୁଛନ୍ତି । ସେହିପରି ଏହା  ଭାରତୀୟ ଟିମ୍ ର ଅଫିସିଆଲ ଜର୍ସି ନୁହେଁ, ଏହା ପ୍ରାକ୍ଟିସ କିଟ୍ ବୋଲି ମଧ୍ୟ ଅନେକ ଦାବି କରୁଛନ୍ତି ।

ଏହାକୁ ନେଇ ଅନେକ ଫ୍ୟାନ୍ସ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ଫ୍ୟାନ୍‌ ଲେଖିଛନ୍ତି, ଏହା ଭଲ ଲାଗୁନାହିଁ ।

ଆଉ ଜଣେ ଲେଖିଛନ୍ତି, ଏହା ଟ୍ରେନିଂ କିଟ୍‌ ।

ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି, ଏହା ବହୁତ ଖରାପ । ଆଉ ଜଣେ ୟୁଜର ଲେଖିଛନ୍ତି, ହେ.. ପୁରା ମୁଡ୍‌ ଖରାପ ହୋଇଗଲା । କିଏ ଡିଜାଇନ କରିଛି ଏହାକୁ ?

ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପ ପାଇଁ ଭାରତ ୧୫ ଜଣିଆ ଟିମ୍ ଘୋଷଣା କରିସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ଥର ଟିମ୍ ଇଣ୍ଡିଆ ବିଶ୍ୱକପ ଖେଳିବ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି ।

ଏହି ପ୍ରତିଯୋଗିତାରେ ୨୦ଟି ଦଳ ୫୫ଟି ମ୍ୟାଚ୍ ଖେଳିବେ ।  ପ୍ରତ୍ୟେକ ଟିମକୁ ୪ଟି ଗ୍ରୁପରେ ବଣ୍ଟାଯିବ । ଭାରତ ଗ୍ରୁପ ଏରେ ରହିବ । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ । ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

 

Leave A Reply

Your email address will not be published.