ଅନ୍ତିମ ଯାତ୍ରାରେ ମେଜର ବିଭୂତି, ଶେଷ ଦର୍ଶନ ବେଳେ ସହିଦ ସ୍ବାମୀଙ୍କ କାନରେ ପତ୍ନୀ କହିଲେ ‘ଆଇ ଲଭ୍ ୟୁ’. . .

ଡେରାଡୁନ୍ : ମେଜର ତୁମର ଏହି ବଳିଦାନ, ମନେ ରଖିବ ହିନ୍ଦୁସ୍ତାନ। ଭାରତ ମାତା କି ଜୟ। ପାକିସ୍ତାନ ମୁର୍ଦ୍ଦାବାଦ ଭଳି ନାରା ଲଗାଇ ସୋମବାର ସନ୍ଧ୍ୟାରେ ତ୍ରିରଙ୍ଗା ପତାକାରେ ଗୋଡାଇ ହୋଇଥିବା ସହିଦ ମେଜର ବିଭୁତି ଢୋଣ୍ଡିୟାଲଙ୍କର ପାର୍ଥିବ ଶରୀରକୁ ତାଙ୍କ ଡଙ୍ଗବାଲ ମାର୍ଗ ସ୍ଥିତ ଆବାସକୁ ଅଣାଯାଇଥିଲା। ହାତରୁ ବାହାଘର ମେହେନ୍ଦି ରଙ୍ଗ ଫିକା ହୋଇନି । ହେଲେ ତାଙ୍କୁ ଏକା କରି ପରପାରିକୁ ଚାଲିଗଲେ ସ୍ୱାମୀ । କେବେ ସ୍ୱପ୍ନରେ ବି ଭାବି ନଥିଲେ ଅଚାନକ ଏମିତି କିଛି ଘଟିବ ବୋଲି । ଏବେ ସ୍ତବ୍ଧ ନବବିବାହିତା ପତ୍ନୀ ଓ ପରିବାର ଲୋକେ । ଆତଙ୍କବାଦୀ ଛଡ଼ାଇ ନେଇଛନ୍ତି ଆଉ ଜଣେ ଭାରତୀୟ ସେନା ଅଧିକାରୀଙ୍କ ଜୀବନ ।

MAJORE ଗତକାଲି ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ସହିଦ ହୋଇଛନ୍ତି ଜଣେ ମେଜରଙ୍କ ସମେତ ୪ ଜଣ ଯବାନ୍ । ଏହି ଲଢ଼େଇ ବେଳେ ଡେରାଡୁନରେ ମେଜର ବିଭୁତି ଶଙ୍କର ଢୋଣ୍ଡିୟାଲ ସହିଦ ହୋଇଛନ୍ତି । ଗତକାଲି ତାଙ୍କର ପାର୍ଥିବ ଶରୀର ଡେରାଡୁନରେ ପହଞ୍ଚିବା ପରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏସବୁ ଭିତରେ ମେଜରଙ୍କ ପତ୍ନୀଙ୍କ ଶ୍ରଦ୍ଧାଞ୍ଜଳି ସମସ୍ତଙ୍କୁ ଭାବବିହ୍ଵଳ କରି ଦେଇଥିଲା । ଲୋକଙ୍କ ଆଖିରେ ଲୁହ ନେଇ ଆସିଥିଲା । ସ୍ବାମୀଙ୍କ ଶବ ପାଖରେ ବସି ନିକିତା ବାର ବାର ତାଙ୍କ କାନରେ ‘ଆଇ ଲଭ୍ ୟୁ’ କହିବାର ଦେଖିବାକୁ ମିଳିଥିଲା।

ତିନି ଭଉଣୀଙ୍କର ଏକମାତ୍ର ଭାଇ

major bibhutiମେଜର ବିଭୂତି ୩୪ ବର୍ଷର ଅଟନ୍ତି ଏବଂ ସେ ତିନି ଭଉଣୀଙ୍କ ମଧ୍ୟରେ ଏକମାତ୍ର ଭାଇ ଥିଲେ। ମେଜର ଢୋଣ୍ଡିୟାଲଙ୍କର ବାହାଘରକୁ ବର୍ଷେ ପୂରି ନାହିଁ । ଏପ୍ରିଲ ୨୦୧୮ ମସିହାରେ ଫରିଦାବାଦର ନିକିତା କୌଲଙ୍କୁ ବିବାହ କରିଥିଲେ। ସେ ପୂର୍ବରୁ କାଶ୍ମୀରର ବାସିନ୍ଦା ଥିଲେ। ନିକିତା ଦିଲ୍ଲୀରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି । ସେ ଡେରାଡୁନ୍ରୁ ଗତକାଲି ଦିଲ୍ଲୀ ଯାଉଥିଲେ । ସ୍ତ୍ରୀ ନିକିତାଙ୍କୁ ସ୍ବାମୀଙ୍କର ସହିଦ ର ଖବର ତାଙ୍କ ଫୋନକୁ ଆସିଥିଲା। ଏହି ଖବର ଶୁଣି ସେ ତାଙ୍କ ଶାଶୁଙ୍କୁ ଫୋନ କରି ଜଣାଇଲେ, ବିଭୂତିଙ୍କ ମା’ ହ୍ରୁଦ ରୋଗୀ ହୋଇଥିବାରୁ ସେ ତାଙ୍କୁ ସ୍ବାମୀଙ୍କର ସହିଦ ଖବର ନ ଜଣାଇ ତାଙ୍କ ପାଦରେ ଗୁଳି ବାଜିଛି ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଜଣାଇଥିଲେ। ସ୍ୱାମୀଙ୍କ ସମ୍ପର୍କରେ ଖବର ପାଇ ଡେରାଡୁନ୍ ଫେରି ଆସିଲେ ।

bibhtiଦୁଇ ମାସ ପୂର୍ବରୁ ଢୋଣ୍ଡିୟାଲ ଡେରାଡୁନ୍ ଆସିଥିଲେ । ୨୭ ବର୍ଷ ବୟସ୍କା ପତ୍ନୀ ନିକିତାଙ୍କ ସହିତ ଅଳ୍ପ କେଇ ଦିନ ବିତାଇଥିଲେ । ଆଉ କଥା ଦେଇଥିଲେ ଆରଥରକୁ ଆସିଲେ ଅଧିକ ସମୟ ରହିବେ । ବିବାହର ପ୍ରଥମ ବାର୍ଷିକିରେ ଆସିବେ ବୋଲି କହି ଡ୍ୟୁଟିକୁ ଯାଇଥିଲେ। ହେଲେ କଥା କେବଳ କଥାରେ ରହିଗଲା । ମେଜର ୨୦୧୧ରେ ସେନାରେ ଯୋଗ ଦେଇଥିଲେ । ତାଙ୍କର ଅଧିକାଂଶ ସମୟ ଜମ୍ମୁ କଶ୍ମୀରରେ ହିଁ କଟିଥିଲା । ଦେଶ ପାଇଁ ଲଢ଼ି ମାତ୍ର ୩୪ ବର୍ଷ ବୟସରେ ଚାଲିଗଲେ ଅଫେରା ରାଇଜକୁ ।

ଦେଖନ୍ତୁ ପତ୍ନୀ ନିକିତା ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାର ସେହି ମୁହୂର୍ତ୍ତର ଭିଡିଓ…

Leave A Reply

Your email address will not be published.