ସାଙ୍ଗ ଠାରୁ ନେଉଛନ୍ତି କି ଉଧାର ? ସାବଧାନ. . . ଜବତ ହେବ ସମ୍ପତ୍ତି, ହୋଇପାରେ ଜେଲ

ଅଗାମୀ ଦିନରେ ସାଙ୍ଗ ମାନଙ୍କ ଠାରୁ ଜରୁରୀକାଳିନ ପରିସ୍ଥିତିରେ ମଧ୍ୟ ଟଙ୍କା ନେବା ଆପଣଙ୍କ ପାଇଁ ଅସୁବିଧା ହୋଇପାରେ। ସରକାର ଏକ ନୂଆ ପଦକ୍ଷେପ ନେଇ ଆସୁଛନ୍ତି ଯାହା ଲାଗୁ ହେବା ପରେ କୋ-ଅପରେଟିଭ ସୋସାଇଟି,ଚିଟ ଫଣ୍ଡରୁ ଟଙ୍କା ଯୋଗାଡ କରିବା ମଧ୍ୟ ମହଙ୍ଗା ପଡିବ। କେବଳ ଏତିକି ନୁହେଁ ବ୍ୟବସାୟ ଅଥବା ଚାରିଟେବୁଲ ସଂସ୍ଥାରୁ ଦରକାର ପଡିଲେ ଟଙ୍କା ନେଇପାରିବ ନାହିଁ।

କଳା ଧନ ଉପରେ ଲାଗିବ ଅଂଙ୍କୁଶ

କେନ୍ଦ୍ର ସରକାର ଜଲଦି ଏକ ଅଧ୍ୟାଦେଶ ନେଇ ଆସୁଛନ୍ତି, ଯାହାପରେ ଚିଟ ଫଣ୍ଡ କମ୍ପାନୀଙ୍କ ଛଡା କୋ-ଅପରେଟିଭ ସୋସାଇଟୀରେ ଟଙ୍କା ଜମା କରିବାରେ ବହୁତ ସମସ୍ୟା ହେବ। ଅନିୟନ୍ତ୍ରିତ ଡିପୋଜିଟ ସ୍କିମ ଅଧ୍ୟାଦେଶର ଲାଗୁ ହେବା ପରେ ବହୁତ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି।

ନୋଟବନ୍ଦୀ ସହିତ ତୁଳନା

ସରକାରଙ୍କ ଏହି ଅଧ୍ୟାଦେଶକୁ ଅନେକ ବିତ୍ତିୟ ଏକ୍ସପର୍ଟ ନୋଟବନ୍ଦୀ ସହିତ ତୁଳନା କରିଛନ୍ତି।

noteଏବେ କେବଳ ସମ୍ପର୍କୀୟଙ୍କ ଠାରୁ ନେଇପାରିବେ ଉଧାର

ନୂତନ ନିୟମ ଅନୁସାରେ ପିଲାଙ୍କର ପାଠ-ପଢ଼ା, ଘରର କୌଣସି ସଦସ୍ୟ ରୋଗରେ ପଡିବା ଦ୍ବାରା କେବଳ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇପାରିବେ। ଏହି ସବୁ ପରିସ୍ଥିତିରେ ଲୋକମାନେ ସମ୍ପର୍କୀୟଙ୍କ ବଦଳରେ ସାଙ୍ଗ-ସାଥିଙ୍କ ପାଖରୁ ଉଧାର ନେଇଥାନ୍ତି।

ପିଲାମାନେ ନେଇପାରିବେ ନାହିଁ ଲୋନ

ଖବର ଅନୁଯାୟୀ ନୂଆ ଅଧ୍ୟାଦେଶ ଲାଗୁ ହେବା ପରେ ଯଦି ପିଲା ଚାରିଟେବୁଲ ସଂସ୍ଥାରୁ ନିଜର ପଢ଼ା ପାଇଁ ଲୋନ ନେବାକୁ ଚାହିଁବେ ତେବେ ସେମାନଙ୍କୁ ମିଳିବ ନାହିଁ। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ନିଜର ପରିଜନ କିମ୍ବା ବ୍ୟାଙ୍କ ଠାରୁ ପଢ଼ା ଲୋନ ନେଇପାରିବେ।

ଛୋଟ ବ୍ୟବସାୟୀଙ୍କୁ ହେବ ସମସ୍ୟା

ଏହି ଅଧ୍ୟାଦେଶରେ ସବୁଠୁ ଅଧିକ ଛୋଟ ବ୍ୟବସାୟୀଙ୍କୁ ଅସୁବିଧା ହୋଇପାରେ କାରଣ ଏମାନେ ବ୍ୟାଙ୍କ ବଦଳରେ ଅନ୍ୟ ଯାଗାରୁ ଲୋନ ନେଇ ନିଜର ବେପାର କରିଥାନ୍ତି।

ଜବତ ହେବ ସମ୍ପତ୍ତି

ଅଧ୍ୟାଦେଶ ଅନୁସାରେ ବ୍ୟାଙ୍କ କିମ୍ବା ଅନ୍ୟ ଉପାୟରେ ଟଙ୍କା ଜମା କରିବା, ଉଧାର ନେଲେ ଲୋକଙ୍କ ସମ୍ପତ୍ତି ଜବତ କରାଯାଇପାରେ। ଏହା ସହିତ ସେମାନଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ।

Leave A Reply

Your email address will not be published.