ଋଷଭ ପନ୍ଥ ହେଲେ ମାଲାମାଲ, ଜାଣନ୍ତୁ ବିସିସିଆଇ କେଉଁ କ୍ରିକେଟରଙ୍କୁ ବର୍ଷକୁ କେତେ ଦେବେ ଟଙ୍କା

ଭାରତୀୟ କ୍ରିକେଟ ଟିମର ବଲ୍ଲେବାଜ୍ ଶିଖର ଧୱନ ଏବଂ ଭୁବନେଶ୍ବର କୁମାରଙ୍କୁ ବିସିସିଆଇ ଏ ପ୍ଲସ ଶ୍ରେଣୀରୁ ବାହାର କରିଦେଇଛି। ସେହିଭଳି ଋଷଭ ପନ୍ଥ ଏହି ଶ୍ରେଣୀରେ ପ୍ରବେଶ କରିଥିବା ନୂଆ ଖେଳାଳୀ ଅଟନ୍ତି। ବିସିସିଆଇ ଗୁରୁବାର ଦିନ ରାତିରେ ଟିମ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ଷିକ ଅନୁବନ୍ଧ ଘୋଷଣା କରିଛନ୍ତି।
ଏହି ନୂଆ ଅନୁବନ୍ଧ ହିସାବରେ ଅଧିନାୟକ ବିରାଟ କୋହଲୀ, ୱାନ ଡେ ଟିମର ଉପକପ୍ତାନ ରୋହିତ ଶର୍ମା ଏବଂ ଜସପ୍ରୀତ ବୁମରାହ ଏମିତି ଖେଳାଳୀ ଅଟନ୍ତି ଯେଉଁମାନଙ୍କୁ ଏ ପ୍ଲସ ଶ୍ରେଣୀରେ ରଖା ଯାଇଛି।

ଗ୍ରେଡ A ପ୍ଲସ ( ସାତ କୋଟି ) : ଅଧିନାୟକ ବିରାଟ କେରୋହିତ ଶର୍ମା ଏବଂ ଜସପ୍ରୀତ ବୁମରାହ। (ଅକ୍ଟୋବର ୨୦୧୮ ରୁ ସେପ୍ଟେମ୍ବର ୨୦୧୯)

ଏହି ନୂଆ କେନ୍ଦ୍ରୀୟ ଅନୁବନ୍ଧରେ ଯଦି କେଉଁ କ୍ରିକେଟରକୁ ସବୁଠୁ ଅଧିକ ଲାଭ ମିଳିଥାଏ ତେବେ ସେ ହେଉଛନ୍ତି ଯୁବ କ୍ରିକେଟର ଋଷଭ ପନ୍ଥ। ଯୁବ ୱିକେଟ କିପର ଋଷଭ ପନ୍ଥଙ୍କୁ ଏ ଶ୍ରେଣୀର ସ୍ଥାନ ଦିଆଯାଇଛି। ଏହି କ୍ୟାଟୋଗୋରୀରେ ଶିଖର ଧୱନ, ଭୁବନେଶ୍ବର କୁମାର ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି କ୍ରିକେଟରଙ୍କୁ ସ୍ଥାନ ମିଳିଛି।

hardhik

ଏହା ହେଉଛି A ଗ୍ରେଡ୍ କ୍ରିକେଟରଙ୍କ ଲିଷ୍ଟ। ଏହି ଗ୍ରେଡର କ୍ରିକେଟରଙ୍କୁ ମିଳିବ ୫ କୋଟି ଟଙ୍କା

ଗ୍ରେଡ A ( ବର୍ଷକୁ ପାଞ୍ଚ କୋଟି ) : ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଏମଏସ ଧୋନି, ଶିଖର ଧୱାନ, ମହମ୍ମହ ଶାମୀ, କୁଲଦୀପ ଯାଦବ, ଋଷଭ ପନ୍ଥ।

ଯଦି କଥା ହେବା ବି କ୍ୟାଟୋଗୋରୀ ବିଷୟରେ ତେବେ ଏହି ବର୍ଗରେ ଚାରି ଜଣ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି। ବି ଗ୍ରେଡ୍ ଅନୁବନ୍ଧ ପ୍ରାପ୍ତ କରିବା ପାଇଁ ଖେଳାଳୀଙ୍କ ମଧ୍ୟରେ ହାର୍ଦ୍ଦକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ସାମିଲ ଅଛି।

ଗ୍ରେଡ B ( ତିନି କୋଟି ) : ଲୋକେଶ ରାହୁଲ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଳ ଏବଂ ହାର୍ଦ୍ଦକ ପାଣ୍ଡ୍ୟା।
ଖଲିଲ ଅହମ୍ମଦ ଏବଂ ହନୁମା ବିହାରୀଙ୍କୁ ସି ଗ୍ରେଡରେ ସାମିଲ କରାଯାଇଛି। ମୋଟ ୨୫ କ୍ରିକେଟରଙ୍କୁ କେନ୍ଦ୍ରୀୟ ଅନୁବନ୍ଧରେ ରଖାଯାଇଛି। ମୁରଲୀ ବିଜୟ, ଅକ୍ଷର ପଟେଲ, କରୁଣ ନାୟାର, ଜୟନ୍ତ ଯାଦବ ଏବଂ ପାର୍ଥିବ ପଟେଲଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାହାର କରିଦିଆଯାଇଛି।

C ଗ୍ରେଡ ( ଏକ କୋଟି ) : କେଦାର ଯାଧବ, ଦିନେଶ କାର୍ତ୍ତିକ, ଅମ୍ବାନୀ ରାୟଡୁ, ମନିଷ ପାଣ୍ଡେ, ହନୁମା ବିହାରୀ, ଖଲିଲ ଅହମ୍ମଦ ଏବଂ ଋଦ୍ଧିମାନ ସାହା।

ମିତାଲି ସହିତ ଚାରି କ୍ରିକେଟର ହେଲେ ଏ ଗ୍ରେଡରେ ସାମିଲ

women cricketers

ମହିଳାଙ୍କୁ କେନ୍ଦ୍ରୀୟ ଅନୁବନ୍ଧରେ A ଗ୍ରେଡ (୫୦ ଲକ୍ଷ ଟଙ୍କା )ରେ ଚାରି କ୍ରିକେଟର ମିତାଲି ରାଜ, ହରମନପ୍ରିତ କୌର, ସ୍ମ୍ରୁତି ମନ୍ଧାନା ଏବଂ ପୁନମ ଯାଦବଙ୍କୁ ରଖା ଯାଇଛି।

ଗ୍ରେଡ B ( ୩୦ ଲକ୍ଷ ଟଙ୍କା )ରେ ପାଞ୍ଚ କ୍ରିକେଟର ଏକତା ବିଷ୍ଟ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ଦିପ୍ତି ଶର୍ମା ଏବଂ ଜୋମିତା ରୋଡ୍ରିଗ୍ସଙ୍କୁ ରଖାଯାଇଛି।

C ଗ୍ରେଡ (୧୦ ଲକ୍ଷ ) : ରାଧା ଯାଦବ, ଡି.ହେମଲତା, ଅନୁଜା ପାଟିଲ, ୱେଦା କ୍ରୁଷ୍ଣାମୂର୍ତ୍ତି, ମାନସି ଜୋସି, ପୁନମ ରାଉତ, ମୋନା ମେଶରାମ, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ବରୀ ଗାୟକୱାଡ, ତାନ୍ୟା ଭାଟିୟା ଏବଂ ପୁନମ ବସ୍ତ୍ରାକରକୁ ସାମିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.