ସର୍ବସାଧାରଣରେ Pubg ଖେଳିବା ହେଲା କାଳ, ଗୁଜରାତରେ ୧୦ ଜଣଙ୍କୁ ପୋଲିସ କଲା ଗିରଫ

ରାଜକୋଟ : ଗୁଜରାତ ରାଜକୋଟ କଲେଜର ୧୦ଜଣ ଛାତ୍ରଙ୍କୁ ସାର୍ବଜନିକ ସ୍ଥଳରେ ପବଜି ଖେଳିବା ମହଙ୍ଗା ପଡିଛି । ଏନେଇ ସ୍ଥାନିୟ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପରବର୍ତ୍ତି ସମୟରେ ତାଙ୍କୁ ଜାମିନ ଦିଆଯାଇଛି । ଗୁଜରାତରେ ପାଞ୍ଚ ଦିନ ପୂର୍ବେ ପୋଲିସ ପବଜି ଗେମ୍‌ ଖେଳିବାକୁ ବ୍ୟାନ୍‌ କରିବା ନେଇ ନୋଟିସ ଜାରି କରିଥିଲେ । ଖାଲି ରଜକୋଟ ନୁହଁ ବରଂ ଗୁଜରାତର ବିଭିନ୍ନ ସ୍ଥାନରେ ଏହି ଖେଳକୁ ବ୍ୟାନ କରାଯାଇଛି । ଗୁଜରାତ ସରକାର ଏହି ବିଷୟରେ ଜାନୁଆରୀରୁ ନିୟମ ଲାଗୁ କରିଛନ୍ତି ।

PUBG_Mobile_0

ରାଜକୋଟରେ ସାର୍ବଜନିକ ସ୍ଥାନରେ ପବଜି ଗେମ୍‌ ଖେଳୁଥିବା କାରଣରୁ ଭିନ୍ନ ଭିନ୍ନ ସ୍ଥାନରୁ ୧୦ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ୍‌ । ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ତାଙ୍କୁ ଜାମିନ ଦିଆଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, “ଆମେ ସାଧାରଣ ଜନତାଙ୍କୁ ଏହା ସୂଚନା ଦେବାକୁ ଚାହୁଁଛୁ କି, ପବଜି ଖେଳକୁ ବ୍ୟାନ କରିବା କେବଳ କାଗଜ ମଧ୍ୟରେ ଆବଦ୍ଧ ରହିନାହିାଁ”
କଣ ପବଜି ଖେଳ ?

ନିଶ୍ଚିତ ପଢ଼ନ୍ତୁ: ଜାତିସଂଘରେ ପୁଣି କାଟ୍‌ ଖାଇଲା ମସୁଦ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା ପ୍ରସ୍ତାବ , ରୋକ ଲଗାଇଲା ଚୀନ୍‌

ପବଜି ଏକ ଅନଲାଇନ ଗେ ମ୍‌ା ଏଥିରେ ଭାଗ ନେବା ଖେଳାଳୀଙ୍କୁ ନିଜକୁ ବଞ୍ଚାଇବା ପାଇଁ ସାମ୍ନା ଲୋକଙ୍କ ୁ ମାରିବାକୁ ପଡିଥାଏ । ଏହାକୁ ଖେଳିବା ଦ୍ୱାରା ପିଲାଙ୍କ ମଧ୍ୟରେ ହିଂସା ପ୍ରବୃତି ବଢ଼ୁଥିବାରୁ ଏହାକୁ ଏବେ ଗୁଜରାତରେ ବ୍ୟାନ କରାଯାଇଛିା ଏହି ଖେଳ ଖାସ କରି ଛୋଟ ପିଲା ଏବଂ କିଶୋର ମାନଙ୍କୁ ନିଜ କବଜାରେ କରିଛିା

ନିଶ୍ଚିତ ପଢ଼ନ୍ତୁ: ଇମାରାନ ଗାଦି ଉପରେ ଆସିଲା ସଙ୍କଟ, ଲୁଚାଇଲେ ଝିଅର ବାପା ହେବା ତଥ୍ୟ

ଏହା ପ୍ରଥମ ଥର ନୁହଁ ଯେବେ ଅନଲାଇନ ଗେମ ଯୁବପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଉଛିା ଏହା ପୂର୍ବରୁ ମଧ୍ୟ ମୋମୋ ଚ୍ୟାଲେଞ୍ଜ ଖେଳକୁ ବ୍ୟାନ କରାଯାଇଥିଲାା କାରଣ ଏହା ଦ୍ୱାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ କିଛି ପିଲା ମୃତ୍ୟୁ ବରଣ ମଧ୍ୟ କରିଥିଲୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.