କ’ଣ ଓଦା କେଶ ସହିତ ଆପଣ ମଧ୍ୟ କରୁଛନ୍ତି ଏହି ଭୂଲ୍ , ହୋଇଯାଆନ୍ତୁ ସାବଧାନ୍

ଆଜିକାଲି ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ କେଶ ଝଡିବା ସମସ୍ୟା ରହିଥିବା ଦେଖିବାକୁ ମିଳୁଛି । କେଶକୁ ସୁଦୃଢ ଏବଂ ସୁନ୍ଦର ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ଚିନ୍ତା ପ୍ରକଟ କରିଥାନ୍ତି । କିନ୍ତୁ ଆଜି ଆମେ କେଶ ସମ୍ବନ୍ଧୀୟ କିଛି ଏପରି କଥା ଜଣାଇବାକୁ ଯାଉଛି ଯାହା ମୁଖ୍ୟତଃ ମହିଳାମାନେ କରୁଥିବା ଭୂଲ ଅଟେ । ଯେଉଁ ଭୂଲ ଦ୍ବାରା ଆପଣଙ୍କ କେଶ କେବଳ ଝଡି ନଥାଏ ଏହାସହିତ ଦୁର୍ବଳ ହୋଇଥାଏ ।

ଓଦା କେଶକୁ ଟାୱେଲ୍ ରେ ଘଷି ପୋଛିବା :

wet hair-ବହୁତ ମହିଳାମାନେ ଓଦା କେଶକୁ କପଡା କିମ୍ବା ଟାୱେଲ୍ ରେ ଜୋରରେ ଘଷି ଘଷି ପୋଛିଥାନ୍ତି । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ଏପରି କରନ୍ତୁ ନାହିଁ । ଆପଣ ଚାହିଁବେ ଯଦି କେଶରେ ଏହାକୁ ଆସ୍ତେ ଆସ୍ତେ ରଖି ପୋଛିପାରିବେ। ଏପରି କରିବା ଦ୍ବାରା କେଶରୁ ସବୁ ପାଣି ବାହାରିଯାଇଥାଏ ଏବଂ କେଶ ଝଡିନଥାଏ ।

ଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରିବା :

hairଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି ଏହା କେଶ ପାଇଁ ଭଲ ସଙ୍କେତ ନୁହେଁ । ତେଣୁ କେଶକୁ ପ୍ରଥମେ ଶୁଖଶନ୍ତୁ ଏହାପରେ ପାନିଆରେ କୁଣ୍ଡାନ୍ତୁ ।

ଏହାସହ ପଢନ୍ତୁ : କେଶ ହେଉ ବା ତ୍ବଚା ବିଭିନ୍ନ ସମସ୍ୟାକୁ ଦୂର କରିବ ଘିକୁଆଁରୀ , ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ

କେଶରେ ଡ୍ରାଏର ବ୍ୟବହାର କରିବା :

wetକେଶକୁ ଶିଘ୍ର ଶୁଖେଇବା ପାଇଁ ପ୍ରାୟତଃ ମହିଳାମାନେ ଡ୍ରାଏର ବ୍ୟବହାର କରିଥାନ୍ତି। ଏମିତି କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଡ୍ରାଏର ର ହିଟ୍ କେଶକୁ କ୍ଷତି ପହଁଞ୍ଚାଇଥାଏ ଏବଂ କେଶର ମୂଳକୁ ଦୂର୍ବଳ କରିଥାଏ ।

ଓଦା କେଶକୁ ବାନ୍ଧିବା :

hair3ଓଦା କେଶକୁ ଶୁଖେଇବା ପରେ ହିଁ ଏହାକୁ ବାନ୍ଧନ୍ତୁ । ନଶୁଖଇବା ପୂର୍ବରୁ କେଶକୁ ବାନ୍ଧିବା ଦ୍ବାରା କେଶ ଝଡିଥାଏ । ତେଣୁ ଓଦା କେଶକୁ ବାନ୍ଧିବାଠାରୁ ଦୂରେଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.