ଭୁବନେଶ୍ବର : ରାଜଧାନୀରେ ପୁଣି ଲଜ୍ଜା । ଜଣେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅତି ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି ଦୁଷ୍କର୍ମ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ୬୦ବର୍ଷର ବୃଦ୍ଧ । ଯାହା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଘଟିଛି ଖାରବେଳନଗର ଥାନାର ଗିରିଦୁର୍ଗା ବସ୍ତିରେ । ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ବେହେରାକୁ ଗିରଫ କରିଛି ।