ବିଶ୍ୱ କପ୍‌ ପାଇଁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ଜାଣନ୍ତୁ କିଏ ରହିଲେ କିଏ ବାଦ୍‌ ପଡ଼ିଲେ

ପାକିସ୍ତାନ ବିଶ୍ୱ କପ୍‌ ଦଳରେ ସୋଏବ ମଲ୍ଲିକ, ବାଦ୍‌ ପଡ଼ିଲେ ମହମ୍ମଦ ଅମୀର

ଲାହୋର : ଆଇସିସି ବିଶ୍ୱ କପ୍‌ ପାଇଁ ପାକିସ୍ତାନ ମଧ୍ୟ ତାର ଦଳ ଘୋଷଣା କରିଛି । ଦଳରେ ଭେଟେରାନ୍‌ ବ୍ୟାଟ୍‌ସମ୍ୟାନ୍‌ ସୋଏବ ମଲ୍ଲିକ ସ୍ଥାନ ପାଇଥିବା ବେଳେ ମହମ୍ମଦ ଅମୀର ବାଦ୍‌ ପଡ଼ିଛନ୍ତି । ସର୍ଫରାଜ ଅହମଦଙ୍କ ନେତୃତ୍ୱରେ ଖେଳିବ ପାକ୍‌ ଦଳ । ଆସନ୍ତୁ ନଜର ପକାଇବା ଖେଳାଳି ତାଲିକା ଉପରେ ।


ପାକିସ୍ତାନ ଦଳ : ମହମ୍ମଦ ସର୍ଫରାଜ (ଅଧିନାୟକ), ଆବିଦ ଅଲୀ, ବବ୍ଦର ଆଜମ, ଫହିମ ଅସ୍ରଫ, ଫକର ଜମନ, ହାରିସ୍‌ ସୋହେଲ, ହାସନ ଅଲୀ, ଇମାଦ ଓ୍ଵାସିମ, ଇମାମ୍‌ ଉଲ୍‌ ହକ୍‌, ଜୁନାଇଦ ଖାନ୍‌, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ସୋଏବ ଖାନ୍‌, ସାହିନ ଶାହ ଆଫ୍ରିଦି, ସୋଏବ ମଲ୍ଲିକ ।

ଦକ୍ଷିଣ ଆଫ୍ରିକା : ହାସିମ ଆମଲା ବି ସୁଯୋଗ ପାଇଲେ

ଦକ୍ଷିଣ ଆଫ୍ରିକା ମଧ୍ୟ ଆଜି ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ହାସିମ ଆମଲାଙ୍କ ସମେତ ୨୦୧୫ ବିଶ୍ୱ କପ୍‌ ଖେଳିଥିବା ୭ ଜଣ ଖେଳାଳି ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ଦଳ : ଫାଫ୍‌ ଡୁପ୍ଲେସିସ୍‌ (ଅଧିନାୟକ), ହାସିମ ଆମଲା, ବଣ୍ଟନ୍‌ ଡିକକ୍‌, ଜେପି ଡୁମନୀ, ଆଇଡେନ୍‌ ମାର୍କରାମ, ଡେଭିଡ୍‌ ମିଲର୍‌, ଲୁଙ୍ଗି ନିଡ଼ି, ରାଇସି ଭାଣ୍ଡେର୍‌ ଡୁସେନ୍‌, ଆଣ୍ଡିଲ ପେହେଲୁକ୍ୱାୟୋ, ଡ୍ଵାଇନ୍‌ ପ୍ରିଟୋରିୟସ୍‌, ଡେଲ ଷ୍ଟେନ୍‌, କାଗିସୋ ରାବଡ଼ା, ଆନରିଚ୍‌ ନୋର୍ଟି, ଇମ୍ରାନ୍‌ ତାହିର, ତାବରେଜ ସାମସି ।

 

ପୂର୍ବରୁ ଇଂଲଣ୍ଡ ଓ ବାଂଲାଦେଶ ବିଶ୍ୱ କପ୍‌ ଦଳ ଘୋଷଣା ହୋଇ ସାରିଛି 

Leave A Reply

Your email address will not be published.