Below header

ଦେଶର ୧୨ଟି ରାଜ୍ୟର ୯୫ ଆସନରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ମଇଦାନରେ ୧୬୪୪ ପ୍ରାର୍ଥୀ

୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୫ଟି ଆସନ ଲାଗି ଭୋଟିଂ ସରିଲା । ମୈଦାନରେ ଥିଲା ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ । ଫୋକସରେ ଥିଲା ତାମିଲନାଡୁ । ନିର୍ବାଚନ ପୂର୍ବରୁ ଟଙ୍କା ଜବତ ଓ ଆଇଟି ରେଡ୍‌କୁ ନେଇ ଚର୍ଚ୍ଚିତ ଥିଲା ତାମିଲନାଡୁ । ରାଜ୍ୟର କେବଳ ଗୋଟିଏ ଆସନକୁ ଛାଡି ବାକି ୩୮ଟିରେ ହୋଇଥିଲା ମତଦାନ । ପ୍ରଥମ ଥର ଲାଗି ଆମ୍ମା ଓ କଲାଇନାରଙ୍କ ଅନୁପସ୍ଥିତିରେ ସାଧାରଣ ନିର୍ବାଚନରେ ଭାଗ ନେଇଥିଲେ ତାମିଲନାଡୁବାସୀ । ରାଜ୍ୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଡିଏମ୍‌କେର କାନିମୋଇ ଓ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି । ଅଭିନେତାରୁ ନେତା ହୋଇଥିବା କମଲ ହାସନ, ରଜନୀକାନ୍ତ, ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ, ପି.ଚିଦାମ୍ବରମ, ଡିଏମ୍‌କେ ମୁଖ୍ୟ ଷ୍ଟାଲିନ ପ୍ରମୁଖ ଭୋଟ ଦେଇଥିଲେ।

ଆଉ ଏକ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ। ୧୪ଟି ଆସନ ପାଇଁ ହୋଇଛି ଭୋଟିଂ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମାଣ୍ଡ୍ୟାରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ନିଖିଳ କୁମାରସ୍ୱାମୀ, ବେଙ୍ଗୁଳୁରୁ ନର୍ଥରୁ ସଦାନନ୍ଦ ଗୌଡ଼ା । ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ମତଦାନ କରିଥିଲେ।

ଉତ୍ତରପ୍ରଦେଶର ୮ଟି ଆସନ ପାଇଁ ହୋଇଥିଲା ମତଦାନ। ପ୍ରମୁଖ ପ୍ରାର୍ଥୀ ଥିଲେ, ମଥୁରାରୁ ବିଜେପିର ହେମା ମାଳିନୀ ଓ ଫତେହପୁରସିକ୍ରିରୁ କଂଗ୍ରେସର ରାଜବବ୍ଦର।

ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଲୋକସଭା ଆସନରେ ଭୋଟିଂ ହୋଇଛି। ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି, ଜମ୍ମୁ କଶ୍ମୀରର ୨ଟି ଓ ମଣିପୁର ଏବଂ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଭୋଟର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ବିହାରର ଭାଗଲପୁରର ଏକ ବୁଥରେ ମତଦାନ କରିଛନ୍ତି। ମହାରାଷ୍ଟ୍ର ସୋଲାପୁରରୁ କଂଗ୍ରେସର ସୁଶୀଲ କୁମାର ସିନ୍ଦେ, ଆସାମର ସିଲଚର ଲୋକସଭା କ୍ଷେତ୍ରରୁ ସୁସ୍ମିତା ଦେବ ପ୍ରମୁଖ ପ୍ରାର୍ଥୀ ଅଛନ୍ତି।

ତାମିଲନାଡୁର ବିଭିନ୍ନ ସ୍ଥାନରେ ୩୦୫ଟି ଇଭିଏମରେ ତ୍ରୁଟି ଦେଖା ଦେଇଥିଲା। ତେବେ ଏହାକୁ ପରେ ସଜଡ଼ା ଯିବା ପରେ ମତଦାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.