କେନ୍ୟୁଜ୍ : ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସୁପ୍ରିମୋଙ୍କ ତୋଫାନୀ ପ୍ରଚାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି ଇଲେକ୍ସନ ହେଲା ପ୍ରଧାନମନ୍ତ୍ରୀ ଆସିଗଲେ । ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । ‘ବାଲେଶ୍ୱରରେ ମେଡିକାଲ ପାଇଁ କେନ୍ଦ୍ରମନ୍ତ୍ରୀ କିଛି କଲେନି, ‘ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ହେଲା ବୋଲି ନବୀନ ଅଭିଯୋଗ କରିଛନ୍ତି ।
ସେହିପରି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ନବୀନ ପୁଣି ସ୍ୱଷ୍ଟ କରିଛନ୍ତି । ସେହିପରି ବସ୍ତାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ।
ଏହାପରେ ନୀଳଗିରି ଓ ରେମୁଣାରେ ଜନସଭାକୁ ସମ୍ବୋଧନ କରିବେ ନବୀନ। ଅପରାହ୍ନରେ ମେଗା ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ଆଇଟିଆଇ ପଡ଼ିଆରୁ ଆରମ୍ଭ ହେବ ରୋଡ ସୋ। ଏହାପରେ ପୋଲିସ ଲାଇନ ଛକ, ସିନେମା ଛକ, ଫକୀର ମୋହନ ଗୋଲେଇ, ରେମୁଣା ଗୋଲେଇ ଓ କଳମା ବସଷ୍ଟାଣ୍ଡ ଦେଇ ଯିବ। ସଂଧ୍ୟା ୫ଟାରେ ବଡ଼ସାହିର ବୈଶିଙ୍ଗା ଠାରୁ ଆରମ୍ଭ ହେବ ରୋଡ ସୋ। ଏହି ରୋଡ ସୋ ବାରିପଦା ଯାଏ ଯିବ । ପରେ ବାରିପଦା ଟାଉନରେ ରୋଡ ସୋ କରିବେ ନବୀନ। ରାତି ୯ଟାରେ ରୋଡ ସୋ ସରିବା ପରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରିବେ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।