ବର୍ତ୍ତମାନର କିଛି ତାଜା ଖବର

୧-ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ମାମଲାର ଅନ୍ତରୀଣ ଯାଞ୍ଚ ପାଇଁ ଏକ ତିନି ଜଣିଆ କମିଟି ଗଠନ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ନେତୃତ୍ୱରେ ଏହି କମିଟିରେ ଜଷ୍ଟିସ୍‌ ଏନ୍‌ବି ରମଣ ଏବଂ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ମଧ୍ୟ ରହିଛନ୍ତି ।

୨-ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀର ଅଞ୍ଚଳରୁ ପ୍ରାୟ ୨୩ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ପତ୍ତା ମିଳୁ ନାହିଁ । ଏହି ଯୁବକମାନେ ଆତଙ୍କବାଦୀ ସଂଗଠନରେ ମିଶିଥିବା ସନ୍ଦେହ କରାଯାଉଛି ।

୩-ଏନ୍‌ଡି ତିଓ୍ଵାରୀଙ୍କ ପୁଅ ରୋହିତ ଶେଖର ହତ୍ୟା ମାମଲାର ପର୍ଦ୍ଦାଫାସ୍‌ । ସ୍ୱାମୀଙ୍କୁ ହତ୍ୟା କରିଥିବା କଥା ପତ୍ନୀ ଅପୂର୍ବା ସ୍ୱୀକାର କରିବା ପରେ ପୋଲିସ୍‌ ଦ୍ୱାରା ଗିରଫ । ରୋହିତଙ୍କୁ ପ୍ରେମିକା ସହିତ ଦେଖିବା ପରେ ଏଭଳି ପଦକ୍ଷେପ ନେଇଥିଲେ ।

୪-ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ବିଜୟଙ୍କ ନୂଆ ଫିଲ୍ମର ନାଁ ହେଉଛି ‘ଥଲପତି-୬୩’ । ଏଥିରେ ବଲିଉଡ୍‌ ସୁପରଷ୍ଟାର କିଙ୍ଗ ଖାନ୍‌ ଶାହାରୁଖ ଅଭିନୟ କରିବେ । ଯାହା ଚର୍ଚ୍ଚା ଚାଲିଛି, ଶାହାରୁଖଙ୍କର ଏଥିରେ ନେଗେଟିଭ୍‌ ରୋଲ୍‌ ରହିବ ।

୫-ଲଞ୍ଚ ହେଲା ନୂଆ ରୂପରେ ଆସିଥିବା ମାରୁତି ଅଲଟୋ । ମୂଲ୍ୟ ୨ ଲକ୍ଷ ୯୪ ହଜାରରୁ ଆରମ୍ଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.