ଜମ୍ମୁକାଶ୍ମୀର : ପୁଞ୍ଛରେ UPSC ପରୀକ୍ଷାରେ ପାସ୍ କରିଥିବା ପ୍ରଥମ ମହିଳା ହେଲେ ରେହାନା, କହିଲେ-ସୁବିଧା କମ୍ ଥିଲା କିନ୍ତୁ ମୁଁ କମ୍ ନଥିଲି

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାର ସଲବାହ ଗାଁରୁ ଏମବିବିଏସ୍ ସ୍ନାତକ ରେହାନା ବସିର ୟୁପିଏସସି ପରୀକ୍ଷାରେ ପାସ୍ କରିଥିବା ପ୍ରଥମ ମହିଳା ଅଟନ୍ତି । ବସିର ପୁରା ଦେଶରେ ୧୮୭ତମ ସ୍ଥାନରେ ରହିଛନ୍ତି । ସେ କହିଛନ୍ତି କି ମୋ ପାଖରେ ସୁବିଧା କମ୍ ଥିଲା କିନ୍ତୁ ମୁଁ କୌଣସି ଥିରେ କମ୍ ନଥିଲି । ସବୁ ଛୁଆମାନଙ୍କୁ କହିବାକୁ ଚାହୁଁଛି କି ନିଜର ଲକ୍ଷ୍ୟ ଆଗରେ କାହାକୁ ବାଧା ଉପୁଯେଇବାକୁ ଦିଅନ୍ତୁ ନାହିଁ ।


ରେହାନା କହିଛନ୍ତି କି, ଏଠାକାର ସ୍କୁଲ୍ କୁ ଭଲ ଏବଂ ଉନ୍ନତ ମୂଳଦୁଆର ଆବଶ୍ଯକତା ରହିଛି । ଯଦି ମତେ କୌଣସି ପୋଷ୍ଟିଂ ମିଳେ ତେବେ ମୁଁ ନିଶ୍ଚିତ ଭାବେ ଏଥିପାଇଁ ଚିନ୍ତା କରିବି । ଏହାସହ ସେ କହିଛନ୍ତି କି, ମତେ ଖୁସି ଲାଗିବ ଯେବେ ଲୋକଙ୍କ ସେବା କରିବା ନେଇ ଥିବା ମୋ ସ୍ବପ୍ନ ପୁରା ହେବ । ଏହାସହିତ ବର୍ତ୍ତମାନ ମତେ ଖୁସି ଲାଗୁଛି କି, ଏଠାରେ ବହୁତ ଝିଅମାନେ ଏବେ ସିଭଲ୍ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.