Below header

୪୬ ବର୍ଷରେ ମାଷ୍ଟର ବ୍ଲାଷ୍ଟର୍ : କେବଳ ଜନ୍ମଦିନ ନୁହେଁ କ୍ରିକେଟ୍ କିମ୍ବଦନ୍ତୀଙ୍କ ଜୀବନ ସହ ରହିଛି ୨୪ ତାରିଖର ଖାସ୍ ସଂପର୍କ

କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସେହି ଛୋଟ ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ । କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ ।

ତେବେ ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କର ୨୪ ତାରିଖ ସହ ଏକ ଖାସ୍ ସଂପର୍କ ରହିଛି । ଏହିଦିନ ନା କେବଳ ତାଙ୍କର ଜୀବନର ଆରମ୍ଭ ହୋଇଥିଲା ବରଂ ଅନେକ ଲକ୍ଷ ମଧ୍ୟ ହାସଲ୍ କରିଛନ୍ତି । ଆସନ୍ତୁ ଜାଣିବା ସଚିନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ୨୪ ତାରିଖ ।

୨୪ ଏପ୍ରିଲ୍ ୧୯୭୩ :

sachin Kamble୨୪ ଏପ୍ରିଲ୍ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ତାଙ୍କ ଓଜନ ମାତ୍ର ୨.୮୫ କିଲୋଗ୍ରାମ୍ ଥିଲା । କିନ୍ତୁ ଆଗକୁ ଯାଇ ସେହି ଶିଶୁ କ୍ରିକେଟର ବନିଗଲା ଯୁଗପୁରଷ ।

୨୪ ଫେବ୍ରୁଆରୀ ୧୯୮୮ :

୨୪ ଫେବ୍ରୁଆରୀ ୧୯୮୮ରେ ଛୋଟ ସଚିନ୍ ଚର୍ଚ୍ଚାର ଶିରୋନାମା ପାଲଟିଯାଇଥିଲେ, ଆଉ ପୁରା ବିଶ୍ୱ ତାଙ୍କୁ କରିଥିଲା ପ୍ରଶଂସା । ଏହି ଦିନ ସଚିନ୍ ନିଜ ପିଲାବେଳର ବନ୍ଧୁ ବିନୋଦ୍ କାମ୍ବଲୀଙ୍କ ସହ ପାର୍ଟନରସିପରେ ହେରିଶ୍ ଶିଲ୍ଡର ସେମିଫାଇନାଲ୍ ୬୬୪ରନ୍ କରିଥିଲେ । ଏହି ପାର୍ଟନରସିପରେ ସଚିନ୍ ୩୨୬ ଏବଂ କାମ୍ବଲୀ ୩୪୯ ରନ୍ କରିଥିଲେ । ସେତେବେଳେ କାମ୍ବଲୀଙ୍କୁ ୧୬ ବର୍ଷ ଏବଂ ସଚିନଙ୍କୁ ୧୪ ବର୍ଷ ହୋଇଥିଲା । ଏହି ପାର୍ଟନରସିପ୍ କୌଣସି ବି କ୍ରିକେଟ୍ ପାଇଁ କୌଣସି ବି କ୍ରିକେଟର ଶ୍ରେଣୀ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍ ଥିଲା । ସଚିନ୍ – କାମ୍ବଲୀଙ୍କ ଯୋଡି ଅଷ୍ଟ୍ରେଲିଆ ଯୋଡି ଟି ପେଟନ୍ ଏବଂ ଏନ୍ ରିପନଙ୍କ ଯୋଡିକୁ କରିଦେଇଥିଲା ଧ୍ବସ୍ତ ।

୨୪ ନଭେମ୍ବର ୧୯୮୯ :

sachin tendulkar ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ ।

୨୪ ଫେବ୍ରୁଆରୀ :

୨୪ ଫେବ୍ରୁଆରୀ ୨୦୧୦ରେ ଗ୍ୱାଲିୟରର କ୍ୟାପଟେନ୍ ରୁପ୍ ସିଂହ ଷ୍ଟାଡିୟମରେ ଏକ ଐତିହାସିକ ଇନିଂସ୍ ଖେଳିଥିଲେ । ଯାହା ବିଷୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ ।

୨୪ ମେ ୧୯୯୫ :

sachin tendulkarସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ । ତେବେ ଅଞ୍ଜଳୀଙ୍କଠାରୁ ୬ ବର୍ଷ ସାନ ସଚିନ୍ । ଉଭୟଙ୍କ ନିର୍ବନ୍ଧ ୧୯୯୪ରେ ନ୍ୟୁଜିଲାଣ୍ଡରେ ହୋଇଥିଲା ।

୨୪ ସେପ୍ଟେମ୍ବର ୧୯୯୯ :

୨୪ ସେପ୍ଟେମ୍ବର ୧୯୯୯ରେ ସଚିନଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ଜନ୍ମ ହୋଇଥିଲା । ଅର୍ଜୁନ୍ ଜଣେ ବାମହାତୀ ବୋଲର୍ ଯାହା ତାଙ୍କ ବାପାଙ୍କ ଠିକ୍ ଓଲଟା । ଅର୍ଜୁନ୍ ଜଣେ ଅଲରାଉଣ୍ଡର୍ ଭାବରେ ନିଜର ପରିଚୟ ତିଆରି କରିବାରେ ବ୍ୟସ୍ତ ।

୨୪ ଏପ୍ରିଲ୍ ୨୦୧୧ :

ଏହି ଦିନ ସହ ଏକ ଦୁଃଖଦ ଘଟଣା ମଧ୍ୟ ଜଡିତ । କୋଟି କୋଟି ଲୋକଙ୍କ ଆସ୍ଥାର କେନ୍ଦ୍ର ଆଧ୍ୟତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ନିଧନ ହୋଇଥିଲା । ଆଉ ସତ୍ୟ ସାଇଙ୍କ ଜଣେ ବଡ଼ ଭକ୍ତ ଥିଲେ ସଚିନ୍ । ତେଣୁ ସତ୍ୟ ସାଇଙ୍କ ନିଧନ ଯୋଗୁଁ ସେହି ବର୍ଷ ୨୪ ଏପ୍ରିଲରେ ନିଜର ଜନ୍ମ ଦିନ ପାଳନ କରିନଥିଲେ କ୍ରିକେଟ୍ କିମ୍ବଦନ୍ତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.