ଗ୍ରାମର ବିକାଶ ଦାବି କରି ଭୋଟ୍‌ ବର୍ଜନ କଲେ କେନ୍ଦୁଝର ଧଳାଡିହି ଗ୍ରାମବାସୀ

ବାଂଶପାଳ (କେ ନ୍ୟୁଜ୍‌) : ନିଜ ଅଞ୍ଚଳର ବିକାଶ ଦାବିରେ ଭୋଟ୍‌ ବର୍ଜନ କଲେ ଗାଁ ଲୋକେ । କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବଣ ପାହାଡ ଘେରା ବାଂଶପାଳ ବ୍ଲକରେ ଏପରି ଅନେକ ଅଞ୍ଚଳ ଅଛି ଯେଉଁ ଠାରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ଦ୍ବାରା ଦିଆଯାଉଥିବା ମୌଳିକ ସୁବିଧାରୁ ବଞ୍ଚିତ । ତାଙ୍କ ପାଇଁ କୌଣସି ବିକାଶ ମୂଳକ ପଦେକ୍ଷେପ ନିଆ ଯାଉନାହିଁ । ଏହିପରି ଏକ ଅଞ୍ଚଳ ହେଉଛି ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ଧଳାଡିହି ଗାଁ । ଏଠାକୁ ଯିବା ପାଇଁ ହେଲେ ନାଳ ଭିତରେ ପଶି ଯିବା ପାଇଁ ପଡ଼େ । ଏଠାରେ ୧୯୫୩ ମସିହାରୁ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି । ହେଲେ ଏହାର ସବୁ ପଟ ଖୋଲା ମେଲା । ପାଣି ପାଇଁ ନଳ କୂପ ଥିଲେ ମଧ୍ୟ ତାହା ଅନେକ ଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି । ସରକାରଙ୍କ ଦ୍ଵାରା ଦିଆଯାଉଥିବା ଆବାସ ଯୋଜନା, ଶୌଚାଳୟ ଏମାନଙ୍କ ପାଇଁ ପାଲିଟିଛି ସାତ ସପନ । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦେକ୍ଷେପ ନିଆ ନଯିବାରୁ ବାଧ୍ୟ ହୋଇ ଗାଁ ଲୋକେ ଭୋଟ୍‌ ବର୍ଜନ କରିଛନ୍ତି ।
VOTE BARJANA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.