Below header

ଚମକପୂର୍ଣ୍ଣ ତ୍ବଚା ଚାହୁଁଛନ୍ତି ତ ଆଜିଠାରୁ ହିଁ ବ୍ୟବାହାର କରନ୍ତୁ ଏହି ଆୟୁର୍ବେଦିକ ଉପଚାର

ଶାରୀରକି,ମାନସିକ ସ୍ଥିତି, ଚିନ୍ତା,ବୟସ ଏବଂ ପାରିପାର୍ଶ୍ବିକ ବାତାବରଣ ଆମ ତ୍ବଚା ଉପରେ ବିଶେଷ ପ୍ରଭାବ ପକାଇଥାଏ । ତ୍ବଚାରେ ବୟସର ଛାପ ଏବଂ ଅନ୍ୟ ସମସ୍ୟା ଆଦି ଅଧିକାଂଶ ସମୟରେ ତ୍ବଚାକୁ ଖରାପ କରିଦେଇଥାଏ । ତେଣୁ ତ୍ବଚାର ଯତ୍ନ ଉଭୟ ଭିତରୁ ଏବଂ ବାହାର ପଟୁ ନେବା ନିତ୍ୟାନ୍ତ ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ଆୟୁର୍ବେଦିକ ଉପାୟରେ ନିଜ ତ୍ବଚାର ଯତ୍ନ ନେଇ କିପରି ଏହାର ଚମକ ଫେରାଇ ଆଣିପାରିବେ : 

ଫଳ,ସବୁଜ ପନିପରିବା, ଅଧା ସିଝା ହୋଇଥିବା ଡାଲି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ । ଆୟୁର୍ବେଦିକ ଅନୁସାରେ ଖାଇବା ପ୍ରସ୍ତୁତ କରିବାରେ ବିଶେଷ ଭାବେ ଧନିଆ,ପୁଦିନା ଏବଂ ଭ୍ରୁଷଙ୍ଗ ପତ୍ର ଆଦିକୁ ବ୍ୟବାହାର କରିବା ଦ୍ବାରା ମାଇକ୍ରୋନ୍ୟୁଟ୍ରିଲସ୍ ମିଳିଥାଏ। ଯାହା ତ୍ବଚାର ଚମକ ଫେରାଇ ଆଣିବାରେ ବେଶ୍ ସାହାର୍ଯ୍ୟ କରିଥାଏ ।

corianderଆୟୁର୍ବେଦ ଅନୁସାରେ ସୁନ୍ଦର ତ୍ବଚା ପାଇଁ ସବୁଠାରୁ ଫାଇଦାଦାୟକ ହେଉଛି ଲମ୍ବା ନିଶ୍ବାସ । ଆଜ୍ଞା ହଁ ଅଳ୍ପ ନିଶ୍ବାସ ନେଇ ଲମ୍ବା ନିଶ୍ବାସ ଛାଡିବା ଦ୍ବାରା ଫୁସଫୁସରୁ କାର୍ବନ ଡାଇଅକ୍ସାଇଡ୍ ସଫା ହୋଇଥାଏ । ଯାହାଦ୍ବାରା ଅଧିକ ଅକ୍ସିଜେନ୍ ନେବାର ମୌକା ମିଳିଥାଏ। ଅଧିକ ଅକ୍ସିଜେନ୍ ଦ୍ବାରା ତ୍ବଚାରେ ଚମକ ଆସିଥାଏ ।

skinହଳଦି,କ୍ଷୀର,ମହୁ,ହଦି,ଲେମ୍ବୁ ରସ,ପାଚିଲା କଦଳୀ ଆଦି ବ୍ୟବହାର କରିବା ତ୍ବଚା ପାଇଁ ଫାଇଦା ଦାୟକ ହୋଇଥାଏ । ଖାସକରି ଗୋଲାପ ଜଳ ତ୍ବଚାକୁ ସୁନ୍ଦର ଏବଂ କୋମଳ କରିବା ପାଇଁ ଲାଭଦାୟକ ହୋଇଥାଏ ।

Tips ନିୟମିତ ଯୋଗ କରିବା ଦ୍ବାରା ତ୍ବଚାରେ ରକ୍ତ ସଂଞ୍ଚାଳନ ବଢିଯାଇଥାଏ ଏବଂ ତ୍ବଚାର ରଙ୍ଗରେ ଚମକ ଅସିଥାଏ । ଏହା ଲିମ୍ପେଟିକ୍ ସିଷ୍ଟମର ସକ୍ରିୟତା ବଢାଇ ଏହାର କାର୍ଯ୍ୟଧାରାକୁ ଶିଘ୍ର କରାଇଥାଏ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସାହାର୍ଯ୍ୟ କରିଥାଏ ।

sleepଆୟୁର୍ବେଦ ଶରୀରକୁ ଆରାମଦାୟକ ନିଦ ପ୍ରଦାନ କରାଇଥାଏ । ଡିଟକ୍ସିଫିକେସନ୍ ପ୍ରକ୍ରୀୟା ନିଦ ସମୟରେ ସମ୍ପନ୍ନ ହୋଇଥାଏ । ନିୟମିତ ପୁରା ନିଦରେ ଶୋଇବା ଦ୍ବାରା ଶାରୀରିକ ଗତିବିଧି ବଢିଥାଏ। ଯାହା ଦ୍ବାରା ତ୍ବଚାକୁ ଫାଇଦା ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.