ଶ୍ରୀନଗର-ଲେହ ରାଜମାର୍ଗରେ ବରଫ ସ୍ଖଳନ, ୩୦ ଏପ୍ରିଲ ଭିତରେ ରାସ୍ତା ଖୋଲିବା ଅସମ୍ଭବ

ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗରେ ଅତ୍ୟଧିକ ବରଫ ବର୍ଷା ଏବଂ ଅନ୍ୟ କିଛି ସ୍ଥାନରେ ବରଫ ସ୍ଖଳନ ହେବା କାରଣରୁ ରାଜମାର୍ଗ ଖୋଲିବାରେ ଆହୁରି ବିଳମ୍ବ ହୋଇପାରେ। ଏହି କାରଣରୁ ରାସ୍ତା ସଫା କାର୍ଯ୍ୟ ଜୋରଦାର ଚାଲିଛି। ରାଜମାର୍ଗ ସ୍ଥିତ ଜୋଜିଲାର କିଛି ସ୍ଥାନରେ ବରଫ ସ୍ଖଳନ ହୋଇଛି। ଅଧିକାରୀଙ୍କ ମତ ଅନୁଯାୟୀ ପାନୀ, ମାଥା, ସୌତାନୀ ନଳା ସମେତ ୧୦ ରୁ ୧୨ ଟି ସ୍ଥାନରେ ବରଫ ସ୍ଖଳନ ହେବା ସହ ଅତ୍ୟଧିକ ବରଫ ବର୍ଷା ମଧ୍ୟ ହୋଇଛି। ଏହି କାରଣରୁ ପୂର୍ବରୁ ନିର୍ଦ୍ଧାରିତ ତିଥି ଅନୁଯାୟୀ ୩୦ ଏପ୍ରିଲରେ ରାଜମାର୍ଗ ଖୋଲିବା ଅସମ୍ଭବ ହୋଇପାରେ। ଏହି ମାର୍ଗକୁ ଖୋଲିବା ପାଇଁ ଆହୁରି ସମୟ ଆବଶ୍ୟକ ଲାଗିବ।

srinagarରିପୋର୍ଟ ଅନୁଯାୟୀ ଯେ ପର୍ଯ୍ୟନ୍ତ ରାସ୍ତାରୁ ସମ୍ପୂର୍ଣ୍ଣ ରୂପେ ବରଫ ସଫା କରାନଯିବ ଏବଂ ବରଫ ସ୍ଖଳନର ଭୟ ସମାପ୍ତ ନହେବ, ସେ ପର୍ଯ୍ୟନ୍ତ ରାସ୍ତାରେ ଯାନ ବାହାନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ। ପୂର୍ବରୁ ଏହି ରାଜମାର୍ଗରେ ବରଫ ସଫା ହୋଇଥିଲା। କିନ୍ତୁ ପୁଣି ଥରେ ବରଫ ଜମିବାରୁ ଏହାକୁ ସଫା କରିବା କାମ ଆରମ୍ଭ ହୋଇସାରିଛି। ଯାତାୟାତ କରିବା ପାଇଁ ବହୁତ ଜଲଦି ଏହି ରାସ୍ତା ଖୋଲିବା ପାଇଁ ଚେଷ୍ଟା କରାଯାଉଛି। ଏହି ରାସ୍ତାରେ ପାଖାପାଖି ୧୦ ରୁ ୧୫ ଫୁଟ୍ ପର୍ଯ୍ୟନ୍ତ ବରଫ ଜମା ହୋଇଥାଏ। ବିଶେଷ ରୂପେ ସୋନାମାର୍ଗ-ଜୋଜିଲା-ମୀନାମାର୍ଗ ମଧ୍ୟରେ ଅତ୍ୟଧିକ ବରଫ ବର୍ଷା ହେଉଥିବାରୁ ପୂର୍ବ ବର୍ଷ ନଭେମ୍ଭରରେ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ଏହା ଏକ ମାତ୍ର ରାସ୍ତା ଯାହା ଲେହ ଏବଂ କାରଗିଲକୁ ଶ୍ରୀନଗର ସହ ଯୋଡିଥାଏ।

Leave A Reply

Your email address will not be published.