ସମ୍ବଲପୁର : ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ, ରାଗରେ ଲୋକଙ୍କ ଗାଡ଼ି ଭଙ୍ଗାରୁଜା କଲେ ହାତୀ ପଲ

ସମ୍ବଲପୁର (କେନ୍ୟୁଜ୍) : ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ। ସମ୍ବଲପୁର ସଦର ରେଞ୍ଜ ଯୁଜୁମୁରା ବ୍ଲକ ବସିଆପଡ଼ା କୁମରେ ଜଙ୍ଗଲ ଭିତରେ ଥିବା ଏକ ଖାଲରୁ ହାତୀ ଛୁଆ ଉଦ୍ଧାର ହୋଇଛି। ଗତ ଏକମାସ ଧରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୪ଟି ହାତୀ ଘୁରି ବୁଲୁଥିଲେ। ଏହି ପଲରେ ୪ଟି ହାତୀ ଛୁଆ ଥିଲେ। ଏହି ପଲ ଯୁଜୁମୁରାରୁ ଧମାକୁ ଯିବାବେଳେ ଗୋଟେ ହାତୀ ଛୁଆ ଖାଲରେ ପଡିଯାଇଥିଲା। ମାଇ ହାତୀଟି ଛୁଆ ହାତୀକୁ ଉଦ୍ଧାର କରିବାକୁ ଯାଇ ସିଏ ମଧ୍ୟ ଖାଲରେ ପଡିଯାଇଥିଲା। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ହାତୀକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ହାତୀଟି ରାଗିଯାଇ ବହୁ ଗାଡି ଭାଙ୍ଗିଦେଇଥିବା ଜଣାପଡିଛି। ହାତୀ ପଲ ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ରହି ଆତଙ୍କ ଖେଳାଇଛନ୍ତି।

Leave A Reply

Your email address will not be published.