ବାତ୍ୟାର ରୂପ ନେଲା ଫାନୀ, ସେପଟେ ରାଜ୍ୟର ୧୪ଟି ସହରର ତାପମାତ୍ରା ରହିଛି ୪୦ଡିଗ୍ରୀ ଉପରେ

ଭୁବନେଶ୍ବର(କେନ୍ୟୁଜ୍) : ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଫାନୀ। ପ୍ରବାବରେ ୨୯ ଓ ୩୦ ତାରିଖରେ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। କିନ୍ତୁ ଓଡ଼ିଶା ଉପକୂଳ ପ୍ରତି କୌଣସି ବିପଦ ସୂଚନା ନାହିଁ ।

ସେପଟେ ଅସହ୍ୟ ଗ୍ରୀଷ୍ଣଲହରୀରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ରାଜ୍ୟ। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଗତ ୪ଦିନ ଦିନ ଧରି ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତାକାଲି ତାପମାତ୍ରା ୪୫ଡିଗ୍ରୀ ଟପି ତତଲାଗଡ଼ରେ ପରିଣତ ହୋଇଛି ଟିଟିଲାଗଡ଼।

hot

ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଆହୁରି ୩ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ।ସେପଟେ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସକାଳ ୧୦ଟା ପରହ ଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଉଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ତରଭୂଜ ଦୋକାନରେ ଭି଼ଡ ଜମାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.