ଖୁବ ଶୀଘ୍ର ବଜାରକୁ ଆସିବ ଓୟାରଲେସ ସ୍ମାର୍ଟ ଝାଡୁ,ଜାଣନ୍ତୁ କଣ ରହିଛ ଏହାର ଫିଚର୍ସ ଓ ମୂଲ୍ୟ

ପ୍ରଥମ ଥର ପାଇଁ ମୋବାଇଲ କମ୍ପାନୀ ସାଓମି ବଜାରକୁ ଆଣିବାକୁ ଯାଉଛି ଏକ ସ୍ମାର୍ଟ ଝାଡୁ । ଯାହା ସାହାଯ୍ୟରେ ଏବେ ଘର ଝାଡୁ କରିବା ହୋଇଯିବ ଅତି ସହଜ । ତେବେ ଏହି ସ୍ମାର୍ଟ ଝାଡୁକୁ କମ୍ପାନୀ ବର୍ତ୍ତମାନ କେବଳ ଚାଇନାରେ ଲଞ୍ଚ କରିଥିବା ଜଣାପଡିଛି । ଆଉ ଏହାର ବଜାର ମୂଲ୍ୟ ୯୯ ୟେନ୍‌ (ଭାରତୀୟ ମୁଦ୍ରା ୧୦୩୦ଟଙ୍କା) ରହିଛି ।

smart seeping tool

କଣ ରହିଛି ଫିଚର୍ସ

ଏହି ସ୍ମାର୍ଟ ଝାଡୁରେ ୨ଟି ୧୩୦୦ଆରପିଏମର ମୋଟର ରହିଛି। ଯାହା ବହୁତ ସ୍ପିଡରେ ବୁଲିବା ସହ ଚଟାଣର ସବୁ ଅଳିଆ ସଫା କରିବାରେ ସାହାର୍ଯ୍ୟ କରିବ । ଏଥିରେ ୨୦୦୦ ଏମଏଚ୍ ପାୱାର ବ୍ୟାଟେରୀ ରହିଛି । ଯାହାକୁ ଥରେ ଫୁଲ ଚାର୍ଜ କଲେ ୨ ଘଣ୍ଟା ପର୍ଯ୍ୟନ୍ତ ପାୱାର ବ୍ୟାକଅପ ଦେଇଥାଏ । ଏହା ସହିତ ଝାଡୁଟି ସମ୍ପୂର୍ଣ୍ଣ ଓୟାରଲେସ ହୋଇଥିବାରୁ ଯେକୌଣସି ଚଟାଣରେ ଏହାକୁ ଚଲାଇବା ସହଜ ହୋଇଥାଏ । ତେବେ ଏହି ସ୍ମାର୍ଟ ଝାଡୁ କେବେ ଭାରତୀୟ ବଜରାକୁ ପ୍ରବେଶ କରିବ ତାହାର ସଠିକ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.