UIDAI ଜାରି କଲା ସୂଚନା ! ଏବେ ଆଉ ଚଳିବନି ପ୍ଳାଷ୍ଟିକ୍ ଆଧାର କାର୍ଡ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ପରିଚୟ ପତ୍ର ହିସାବରେ ପ୍ଳାଷ୍ଟିକ୍ ଆଧାର କାର୍ଡ ରଖୁଛନ୍ତି ତେବେ ସାବଧାନ ! କାରଣ ଏବେ ଏହାର ବ୍ୟବହାର ଉପରେ ରୋକ ଲଗାଯାଇଛି। ଆଧାର ଜାରି କରାଯାଇଥିବା ଅଥୋରିଟୀ UIDAI ଏହା ବିଷୟରେ ଟ୍ବିଟ କରି ସୂଚନା ପ୍ରଦାନ କରିଛନ୍ତି। ଏବେ ଆଉ ପ୍ଳାଷ୍ଟିକ୍ ଆଧାର ଏବଂ ସ୍ମାର୍ଟ ଆଧାର ଭ୍ୟାଲିଡ ହେବ ନାହିଁ।

UIDAI ପ୍ଳାଷ୍ଟିକ୍ ଆଧାର ରଖିବାର ଖରାପ କାରଣ ଦର୍ଶାଇ ଏକ ସୂଚନା ଜାରି କରିଛି। UIDAI ନିଜ ବୟାନରେ କହିଛି, କୌଣସି ବ୍ୟକ୍ତି ପ୍ଳାଷ୍ଟିକ୍ ଆଧାର ଅଥବା ସ୍ମାର୍ଟ ଆଧାରର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଆଧାର ଜଡିତ ବ୍ୟକ୍ତିଗତ ସୂଚନା ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଥାଏ।

aadha

ସୂଚନା ଅନୁଯାୟୀ, ପ୍ଳାଷ୍ଟିକ୍ ଆଧାର ଅନେକ ସମୟରେ କାମ କରିନଥାଏ। ଫଳରେ ଅନଅଥୋରାଇଜ୍ ପ୍ରିଣ୍ଟିଂ ପାଇଁ ଛଜ କୋର୍ଡ ଡିଫଙ୍କସନାଲ ହୋଇଯାଇଥାଏ। ଏଥିସହ ଆଧାରରେ ଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆପଣଙ୍କ ବିନା ଅନୁମତିରେ ଶେୟାର ହେବାର ସମ୍ଭାବନା ରହିଥାଏ।

ନିଶ୍ଚିତ ପଢ଼ନ୍ତୁ: ୨୦ ହଜାରରୁ ଅଧିକ ଟଙ୍କା ନେଣଦେଣ କରୁଥିଲେ ସାବଧାନ ! ଆସିପାରେ ଆୟକର ବିଭାଗର ନୋଟିସ୍

ଅପରପକ୍ଷରେ ପ୍ଳାଷ୍ଟିକ୍ ଅଥବା ପିବିସି ସିଟରେ ଆଧାରର ପ୍ରିଣ୍ଟିଂ କରିବା ପାଇଁ ୫୦ରୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। କିଛି ସ୍ଥାନରେ ଏହାଠାରୁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। UIDAI ଏପରି ଦୋକାନୀ ଏବଂ ଲୋକଙ୍କ ନିକଟରୁ ବଞ୍ଚିବା ପାଇଁ ମଧ୍ୟ ଉପଦେଶ ଦେଇଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ମାତ୍ର ୧ ଟଙ୍କା ନିବେଶରେ କିଣି ପାରିବେ ସୁନା, ଏହି କମ୍ପାନୀ ଗୁଡିକ ଦେଉଛନ୍ତି ଅଫର

UIDAI ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଅରିଜିନାଲ ଆଧାର କାର୍ଡ ବ୍ୟତୀତ ଆପଣ ସାଧାରଣ ପେପର ଡାଉନଲୋଡ ଆଧାର ଅଥବା ଏମଆଧାରର ମଧ୍ୟ ବ୍ୟବହାର କରିପାରିବେ। ଏନେଇ ଆପଣଙ୍କୁ ସ୍ମାର୍ଟ ଆଧାର ଚକ୍କରରେ ପଡିବାର ଆବଶ୍ୟକତା ରହିବ ନାହିଁ। ଏପରିକି ଆପଣଙ୍କୁ ଆଧାର ଲାମିନେସନ୍ ବା ପ୍ଳାଷ୍ଟିକ ଆଧାରର ଆବଶ୍ୟକତା ମଧ୍ୟ ପଡିବ ନାହିଁ। ଯଦି ଆପଣଙ୍କ ଆଧାର କାର୍ଡ ହଜି ଯାଇଛି ତେବେ ଆପଣ ମାଗଣାରେ https://eaadhaar.uidai.gov.inରୁ ଡାଉନଲୋଡ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.