ବାଲାକୋଟ୍‌ ଆକ୍ରମଣକୁ ନେଇ ମେଘୁଆ ପାଗ ମନ୍ତବ୍ୟ, ବିରୋଧୀ ଦଳ ନେତାଙ୍କ ଠାରୁ ସମାଲୋଚିତ ହେଲେ ମୋଦି

ନୂଆଦିଲ୍ଲୀ: ବାଲାକୋଟ୍‌ରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ବେଳେ ମେଘୁଆ ପାଗ ଥିବା ଯୋଗୁଁ ଭାରତୀୟ ବାୟୁସେନାର ବିମାନଗୁଡିକ ପାକିସ୍ତାନ ରାଡାର୍‌ରେ ଦେଖାଯାଇନଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ ବିବାଦ ଘନେଇଛି। ଏହାକୁ ନେଇ  ବିରୋଧୀ ଦଳ ନେତାମାନେ ମୋଦିଙ୍କୁ ସମାଲୋଚନା କରିଛନ୍ତି।

ମୋଦି ଏକ ସାକ୍ଷାତକାରରେ କହିଥିଲେ ଯେ ବାଲାକୋଟ୍‌ ଠାରେ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିଲା। ସେତେବେଳେ ପାଣିପାଗ ଅନୁକୂଳ ନଥିବାରୁ ବିଶେଷଜ୍ଞମାନେ ଏହା ଅନ୍ୟ କୌଣସି ତାରିଖରେ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ପ୍ରତିକୂଳ ପାଗ ଏବଂ ବର୍ଷା ଯୋଗୁଁ ପାକିସ୍ତାନ ରାଡାର୍‌ରେ ଭାରତୀୟ ବାୟୁସେନା ବିମାନ ନଜର ଆସିବ ନାହିଁ ବୋଲି ଭାବି ସେ ସେହି ଦିନ ହିଁ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦେଶ ଦେଇଥିଲେ ବୋଲି ମୋଦି ସ୍ପଷ୍ଟ କରିଥିଲେ। କଂଗ୍ରେସ ତରଫରୁ ମୋଦିଙ୍କୁ ବ୍ୟଙ୍ଗ କରାଯାଇ କବିତା ଶୈଳୀରେ କୁହାଯାଇଛି ‘ଜୁମ୍‌ଲା ହି ଫେକ୍‌ତା ରହା, ପାଞ୍ଚ ସାଲ୍‌କି ସରକାର ମେ, ସୋଚା ଥା କ୍ଲାଉଡି ହେ ମୌସମ,ନେହି ହିଁ ଆଉଙ୍ଗା ରାଡାର ମେଁ’।

congressସେହିପରି ବାମପନ୍ଥୀ ନେତା ସୀତାରାମ ୟେଚୁରୀ ମୋଦିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନିରାପତ୍ତା ଅଭିଯାନର ତଥ୍ୟ ସାର୍ବଜନୀନ କରିଛନ୍ତି। ଏହା ଦେଶବିରୋଧୀ ଏବଂ ବାୟୁସେନା ପାଇଁ ମଧ୍ୟ ଅପମାନ।

ଅନ୍ୟପଟେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ କହିଛନ୍ତି କି , ପାକିସ୍ତାନ ରାଡାର ମେଘକୁ ଭେଦ କରିପାରୁନାହିଁ। ଏହି ତଥ୍ୟ ଭବିଷ୍ୟତରେ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୁତି ବେଳେ ଗୁରୁତ୍ୱପୂର୍ଣ ହେବ।

Leave A Reply

Your email address will not be published.