ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ଭାରତର ଜିଏସ୍‌ ଲକ୍ଷ୍ମୀ ସାମିଲ

ଦୁବାଇ: ପ୍ରଥମ ମହିଳା ଭାବେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ରେଫରି ପ୍ୟାନେଲ୍‌ରେ ଭାରତର ୫୧ ବର୍ଷ ବୟସ୍କା ଜିଏସ୍‌ ଲକ୍ଷ୍ମୀ ସାମିଲ ହୋଇଛନ୍ତି। ଚଳିତ ମାସରେ ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍‌ କୌଣସି ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବା ପରେ ଲକ୍ଷ୍ମୀ ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ରେଫରି ନିଯୁକ୍ତ ହୋଇଛନ୍ତି। ଏହି ଦାୟିତ୍ବକୁ ସେ ବହୁତ ଶିଘ୍ର ତୁଲାଇବାକୁ କହିବା ସହିତ ଆଇସିସି ତାଙ୍କୁ ଅଭିନନ୍ଦନ ଜଣାଇଛି। ଲକ୍ଷ୍ମୀ ପ୍ରଥମ ଥର ପାଇଁ ୨୦୦୮-୦୯ରେ ଜଣେ ମ୍ୟାଚ୍‌ ରେଫରି ଭାବେ ଘରୋଇ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ପରିଚାଳନା କରିଥିଲେ। ସେ ୩ ଲେଖାଏଁ ମହିଳା ଦିନିକିଆ ଆନ୍ତର୍ଜାତିକ ଓ ମହିଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିଛନ୍ତି। ଅନ୍ୟପକ୍ଷରେ ସେ ଅଷ୍ଟ୍ରେଲିଆର ଏଲୋଇସ୍‌ ସେରିଦାନ୍‌ ଆଇସିସି ଅମ୍ପା‌ୟାରଙ୍କ ଉନ୍ନୟନ ପ୍ୟାନେଲ୍‌ରେ ପୋଲୋସାକ୍‌ଙ୍କ ସହ ମଧ୍ଯ ଯୋଡ଼ି ହୋଇଛନ୍ତି।

Leave A Reply

Your email address will not be published.