ମେ’ ୧୯ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ବର (କେନ୍ୟୁଜ୍) : ମେ’ ୧୯ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ । ଏଥି ପାଇଁ ଆଜି ସଂଧ୍ୟାରେ ପ୍ରଚାର ସରିବ । ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ତୃତୀୟ ପର୍ଯ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା । ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ୧୧ ଲୋକସଭା କ୍ଷେତ୍ର ଓ ୧୯ ବିଧାନସଭା ଆସନ ଅନ୍ତର୍ଗତ ଏସବୁ ବୁଥରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.