କିସ୍ ରଗବୀ ଦଳ ଉପରେ ଆଧାରିତ ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର କାନସରେ ହେଲା ରିଲିଜ୍

ରିଲିଜ୍ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର । କାନସ୍ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ରିଲିଜ୍ କରାଯାଇଛି । ବିଶ୍ୱ ବିଜୟୀ କିସ୍ ରଗବୀ ଦଳ ଉପରେ ଆଧାରିତ ହୋଇଛି ଫିଲ୍ମ । ଏହାର ୮୦ ପ୍ରତିଶତ ସୁଟିଂ ଓଡ଼ିଶାରେ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭୟ ଦେଓଲ ।

‘ଜଙ୍ଗଲ କ୍ରାଏ’ । ବିଶ୍ୱ ବିଜୟୀ କିସ୍ ରଗବୀ ଦଳ ଉପରେ ଆଧାରିତ ପ୍ରେରଣାଦାୟୀ ହିନ୍ଦୀ ଚଳଚ୍ଚିତ୍ର । ଜଙ୍ଗଲ କ୍ରାଏର ପ୍ରଥମ ପୋଷ୍ଟର ଓ ଟିଜର କାନସ୍ ଚଳଚ୍ଚିତ୍ର ମହୋତ୍ସବରେ ଶୁକ୍ରବାର ଉନ୍ମୋଚିତ ହୋଇଛି । ୨୦୦୭ ମସିହାରେ ଏକ ଚ୍ୟାଲେଞ୍ଜ ନେଇ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସରେ ପଢ଼ୁଥିବା ୧୩ବର୍ଷ କମ୍ ବୟସରୁ ଜନଜାତି ପିଲାଙ୍କୁ ରଗବୀ ଖେଳିବା ପାଇଁ ଲଣ୍ଡନ ପଠାଇଥିଲେ ।

jungle cry

ସେତେବେଳେ କିସ୍ ରଗବୀ ଦଳ ଲଣ୍ଡନରେ ରଗ୍ବୀ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । କିସ୍ ରଗବୀ ଦଳର ପରିଚିତି ଏତେ ବଢ଼ିଯାଇଥିଲା ଯେ, ଆଜି କିସରେ ରଗବୀ ଦଳକୁ ନେଇ ବଲିଉଡ୍ ଓ ହଲିଉଡ୍ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଷ୍ଟାରମାନେ ଏହା ଉପରେ ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଜନଜାତି ବର୍ଗର ପିଲାମାନଙ୍କ ମାଧ୍ୟମରେ କିସ୍ କିଭଳି ରଗବୀକୁ ପ୍ରୋତ୍ସାହନ ଦେଇ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି ତାହା ହେଉଛି ଏହି ଚଳଚ୍ଚିତ୍ରର ବିଶେଷତ୍ୱ । ଚଳଚ୍ଚିତ୍ରରେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଓ ସଂଘର୍ଷପୂର୍ଣ୍ଣ ଜୀବନକୁ ବହୁ ମାତ୍ରାରେ ପ୍ରତିଫଳିତ କରାଯାଇଛି । ଏହା ଏକମାତ୍ର ବଲିଉଡ୍ ହଲିଉଡ୍ ଚଳଚ୍ଚିତ୍ର ଯାହାର ୮୦ ପ୍ରତିଶତ ଅଂଶ ଓଡ଼ିଶାରେ ସୁଟିଂ ହୋଇଛି । ଲଣ୍ଡନ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଫିଲ୍ମର ସୁଟିଂ କରାଯାଇଛି । କିସର ରଗବୀ ଖେଳାଳି ମଧ୍ୟ ଏଥିରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ସୁଟିଂ ସମୟରେ କିସର ଏହି ଖେଳାଳିମାନେ ଦୀର୍ଘ ଏକ ମାସ ପର‌୍ୟ୍ୟନ୍ତ ଲଣ୍ଡନରେ ରହିଥିଲେ ।

https://www.youtube.com/watch?v=XcYVaj6hjoE

୨୦ ତାରିଖରେ ଜଙ୍ଗଲ କ୍ରାଏର ପୋଷ୍ଟର ଓ ଟିଜର ହାଉସ୍ ଅଫ୍ ଲର୍ଡସରେ ଉନ୍ମୋଚିତ ହେବ । ଉଭୟ କାନ୍ସ ଓ ହାଉସ୍ ଅଫ୍ ଲର୍ଡସଠାରେ ଜଙ୍ଗଲ କ୍ରାଏ ପୋଷ୍ଟର ଉନ୍ମୋଚନ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ଡ. ସାମନ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ କାର‌୍ୟ୍ୟ ବ୍ୟସ୍ତତା ହେତୁ ସେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ପାରିନାହାନ୍ତି । ତାଙ୍କର ପ୍ରତିନିଧି ଭାବେ ଦ୍ୱିତୀଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଯୋଗଦେଇଛନ୍ତି । ଜଙ୍ଗଲ କ୍ରାଏ ଚଳଚ୍ଚିତ୍ର ଜରିଆରେ ଓଡ଼ିଶାର ନାଁ ପୂରା ବିଶ୍ୱରେ ପହଞ୍ଚିପାରିଛି । ଏହା କିସ୍, ଓଡ଼ିଶା ତଥା ଜନଜାତି ସମ୍ପ୍ରଦାୟ ପାଇଁ ଗର୍ବ ଓ ଗୌରବର ବିଷୟ ।

ଆସନ୍ତା ସେପ୍ଟେମ୍ବର ମାସରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ । ତାପୂର୍ବରୁ ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ରକୁ ବିଭିନ୍ନ ଆନ୍ତର୍ଜାତିକସ୍ତରର ପ୍ରତିଯୋଗିତାରେ ପ୍ରଦର୍ଶନ କରାଯିବ । କିସ୍ ରଗବୀ ଦଳର କୋଚ୍ କିସର ରୁଦ୍ରକେଶ ଜେନା ହେଉଛନ୍ତି ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର । ଏଥିରେ ଖ୍ୟାତି ସମ୍ପନ୍ନ ବଲିଉଡ୍ ଅଭିନେତା ଅଭୟ ଦେଓ୍ଵଲ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ଏମ୍ଲି ଶାହା । ଡ.ସାମନ୍ତ, ଜଙ୍ଗଲ କ୍ରାଏର ନିର୍ଦ୍ଦେଶକ ସାଗର ବଲାରି, ପ୍ରଯୋଜକ ସବିର ବକ୍ସଓ୍ଵାଲା ଓ ପ୍ରଶାନ୍ତ ଶାହା ଏବଂ ଲେଖକ ଦୀପଙ୍କର ଗିରିଙ୍କ ସହ ଜଙ୍ଗଲ କ୍ରାଏର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.