ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଖୁସିରେ ଭାଜପା ନେତା କରୁଛନ୍ତି ଲୋକଙ୍କ ଜୋତା ପଲିସ୍

ନରେନ୍ଦ୍ର ମୋଦି ଗୁରୁବାର ଦିନ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ତାଙ୍କ ସହିତ ଅନେକ ନେତାମାନେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଯେଉଁଥିରେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡକରୀ, ସଦାନନ୍ଦ ଗୌଡା, ନିର୍ମଳା ସିତାରମଣ ଏବଂ ରାମବିଳାସ ପାସୱାନ ସାମିଲ ଥିଲେ। ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଦ୍ବାରା ଭାଜପା କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଖୁସିର ମାହୋଲ। ସେମାନେ ଏହି ଖୁସିକୁ ବିଭିନ୍ନ ଉପାୟରେ ସେଲିବ୍ରେଟ କରୁଛନ୍ତି। ଏମିତି ହିଁ ଜଣେ ନେତା ସଞ୍ଜୟ କଟାରିୟା, ଯିଏ କି ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଖୁସିରେ ଲୋକଙ୍କର ଜୋତା ପଲିସ କରୁଛନ୍ତି।

ସେ ଜଣାଇଛନ୍ତି ଯେ ନରେନ୍ଦ୍ର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା କାରଣରୁ ସେ ନିଜ ଖୁସିକୁ ପ୍ରକାଶ କରି ଲୋକଙ୍କ ଜୋତା ପଲିସ କରି ତାଙ୍କର ଆଭାର ବ୍ୟକ୍ତ କରିଛନ୍ତି।

ଏହା ସହ ପଢ଼ନ୍ତୁ : ଦିଲ୍ଲୀରୁ ଦୂର, ଟିଭିରେ ପୁଅକୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖୁଥିବା ଜଣେ ଭାବୁକ ଏବଂ ଆନନ୍ଦିତ ମା’

ନେତା ଏମିତି କରି ଏହା ପଛର କାରଣ ଜଣାଇ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦେଶରୁ ଭିଆଇପି ସଂସ୍କ୍ରୁତିକୁ ଶେଷ କରିଛନ୍ତି। ସେ ଜନପ୍ରତିନିଧିଙ୍କ ଗାଡିରୁ ଲାଲ ବତି ହଟାଇଛନ୍ତି। ମୁଁ ମୋଦିଙ୍କର ଏହି ସାହାଯ୍ୟପୂର୍ଣ୍ଣ ସନ୍ଦେଶକୁ ଲୋକଙ୍କ ପାଖରେ ପହଁଚାଇବାର ପ୍ରଚେଷ୍ଟା କରୁଛି।

କିନ୍ତୁ କିଛି ଲୋକ ନେତାଙ୍କର ଏମିତି କାମକୁ ନେଇ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ନେଇ ସୋସିଆଲ ମିଡିଆରେ କହିଛନ୍ତି ନେତାଜି ଜୋତା ପଲିସ ଛାଡି ନିଜର ୱାର୍ଡରେ ସଡକ, ବିଦ୍ୟୁତ୍ ଏବଂ ପାଣିର ଅବସ୍ଥା ମଧ୍ୟ ଭୁଜି ନିଅନ୍ତୁ।

Leave A Reply

Your email address will not be published.