ବିହାରରେ ନୀତୀଶ ସରକାରର ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ବିହାରରେ ନୀତୀଶ ସରକାରର ଆଜି ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଜେଡିୟୁର ୬ ବିଧାୟକ ଶ୍ୟାମ ରଜକ, ନୀରଜ ସିଂହ, ଅଶୋକ ଚୌଧୁରୀ, ରାମ ସେବକ କୁଶୱାହା, ନରେନ୍ଦ୍ର ନାରାୟଣ ଯାଦବ ଓ ସଂଜୟ ଝା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କେନ୍ଦ୍ରର ବିଜେପି ସରକାରରେ କୌଣସି ଜେଡିୟୁ ନେତା ମନ୍ତ୍ରୀପଦ ଗ୍ରହଣ କରିନଥିବାରୁ ରାଜ୍ୟରେ ମନ୍ତିମଣ୍ଡଳ ସଂପ୍ରସାରଣରେ କୌଣସି ବିଜେପି ବିଧାୟକଙ୍କୁ ସାମିଲ କରାଯାଇନଥିବା କୁହାଯାଇଛି । ବର୍ତ୍ତମାନ ନୀତୀଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ ୧୧ଟି ମନ୍ତ୍ରୀ ପଦ ଖାଲି ରହିଛି । ସକାଳ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଭେଟି ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.