ଲଣ୍ଡନ: ଆଇସିସି ବିଶ୍ବକପ୍ ୨୦୧୯ରେ ଆଜି ଓଭାଲ ଷ୍ଟାଡିୟମରେ ଟସ୍ ଜିଣି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ମ୍ୟାଚରେ ସାକିବୁଲ ହାସନ୍ (୭୫ ରନ୍) ଓ ମୁସଫିକର ରହିମ (୭୮ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ ୩୩୧ ରନ୍ ଟାର୍ଗେଟ ଟିମ୍ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୩୦ ରନ୍ କରିଛି।
ଆରମ୍ଭରୁ ବାଂଲାଦେଶ ଭଲ ବ୍ୟାଟିଂ କରିଥିଲା। ସ୍କୋର୍ ୬୦ ରନ୍ରେ ଟିମ୍ ନିଜର ପ୍ରଥମ ଓ୍ଵିକେଟ୍ ଭାବେ ତମିମ୍ ଇକ୍ବାଲକୁ ହରାଇଥିଲା। ବାଂଲାଦେଶର ୨ୟ ଓ୍ଵିକେଟ ବେଳକୁ ସ୍କୋର ୭୫ ରନ୍ ଥିବା ବେଳେ ୩ୟ ଓ୍ଵିକେଟ୍ ବେଳକୁ ସ୍କୋର ୨୧୭ ରନ୍ ପହଂଚିଥିଲା।