ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ ଇଲେକ୍ଟ୍ରୀକ୍ ଟ୍ରାଏ ସାଇକେଲ

କିଛି ଦିନ ପୁର୍ବରୁ ନିଜ ଟ୍ରାଏ ସାଇକେଲରେ ଘରକୁ ଘର ବୁଲି ଟାଇମରେ ଜୋମାଟୋର ଖାଦ୍ୟ ପହଞ୍ଚାଉଥିବା ଦିବ୍ୟାଙ୍ଗ ଯୁବକ ରାମୁ ସାହୁଙ୍କ କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।ଏହି ଦିବ୍ୟାଙ୍ଗ ରାମୁଙ୍କ ପରିଶ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଥିଲା। ନିଜର ନିଷ୍ଠାପର କାମ କରିବା ଶୈଳୀ ପାଇଁ ସେ ଏତେ ପ୍ରିସିଦ୍ଧ ହୋଇଯାଇଛନ୍ତି ଯେ, ପ୍ରତି ଦିବ୍ୟଙ୍ଗଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି । ହେଲେ ଏବେ ରମୁଙ୍କ ଦୁଃଖ ହଟିଯାଇଛି। କାରଣ ତାଙ୍କ କର୍ମ କରିବାର ଏକାଗ୍ରତା ଓ ପରିଶ୍ରମକୁ ଦେଖି ଜୋମାଟୋ କମ୍ପାନୀ ଏବେ ଏକ ବ୍ୟାଟେରୀ ଚାଳିତ ଟ୍ରାଏ ସାଇକେଲ ଉପହାର ଦେଇଛି ।

 

 

କମ୍ପାନ ତରଫରୁ ଟ୍ବିଟ କରି ଲୋଖାଯାଇଛି ଯେ, “ଆମ ଡେଲିଭରି ବୟେ ରାମୁଙ୍କୁ ତାଙ୍କ ଟ୍ରାଏ ସାଇକେଲ ଭଳି ସମାନଧରଣର ବ୍ୟାଟେରୀ ଟ୍ରାଏ ସାଇକେଲ ଉପହାର ଦେଇଛୁ । ଏହି ସାଇକେଲ ଦେବା ପାଇଁ କିଛିଦିନ ହେବ ନିଷ୍ପତ୍ତି ନେଇଥିଲୁ ତାହା ଏବେ ପୂରଣ କରିଛୁ।ରାମୁ ମଧ୍ୟ କମ୍ପାନୀ ତରଫରୁ ଏହି ସାଇକେଲ ପାଇ ବହୁତ ଖୁସୀ ହୋଇଛନ୍ତି ଓ କମ୍ପାନୀକୁ ଧନ୍ୟବାଦ ଦେଇଛନ୍ତି” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.