ପୁଣି ଟିକଟକ୍ ନିଶାରେ ଘାଇଲା ହେଲେ ଯୁବକ, କରୁଥିଲେ ଏପରି କାମ

ବେଙ୍ଗାଲୁରୁ: ଦିନକୁ ଦିନ ଟିକଟକର କ୍ରେଜ୍ ଯେତିକି ଲୋକପ୍ରିୟ ହେବାରେ ଲାଗିଛି ସେତିକି ପ୍ରାଣଘାତି ମଧ୍ୟ ପାଲଟିଛି। ବିଶେଷକରି ଯୁବ ପିଢିଙ୍କ ଭିତରେ ଏହି ଟିକଟକର ଭୂତ ଏପରି ସବାର ହେଇଛି ଯେ, ସେମାନେ କୌଣସି ଦୁଃସାହସିକ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଫଳସ୍ବରୂପ ପ୍ରତିଦିନ ଏହି ଟିକଟକ ନେଇ ଦୁର୍ଘଟଣା ଖବର ଆସିବାକୁ ଲଗୁଛି। କିଛିଦିନ ତଳେ ତାମିଲନାଡୁର ଜଣେ ମହିଳା ଏହି ଟିକଟକ ଭିଡିଓରୁ ବୀରତ ରହିବା ନେଇ ତାଙ୍କ ସ୍ବାମୀ ଗାଳି କରିବାରୁ ମହିଳା ଜଣଙ୍କ ସେହି ଟିକଟକରେ ବିଷ ପିଉଥିବା ଭିଡିଓ କରି ପରେ ଆତ୍ମହତ୍ୟା କରିଥିଲେ। ଏବେ ଏହି ଭଳି ଏକ ଘଟଣା କର୍ଣ୍ଣାଟକ ତୁମକୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ନିଶ୍ଚୟ ପଢନ୍ତୁ:ଟିକଟକ୍ ଭିଡିଓ କରିବାକୁ ବାରଣ କଲେ ସ୍ବାମୀ, ଏମିତ ରିପ୍ଲାଇ ଦେଇ ସ୍ତ୍ରୀ କଲେ ଆତ୍ମହତ୍ୟା

ଯେଉଁଠାରେ  କୁମାର ନାମକ ଜଣେ ଯୁବକ ଷ୍ଟଣ୍ଟକରି ଟିକଟକ ଭିଡିଓ ବନାଉଥିବା ବେଳେ ନିଜ ଭାରସାମ୍ୟ ହରାଇ ତଳେ ପଡି ଗୁରୁତର ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କର ମେରୁ ହାଡ ଭାଙ୍ଗିଯିବା ସହିତ ବେକ ହାଡରେ ଗଭିର ଆଘାତ ଲାଗିଛ। କୁମାର ଏବେ ମେଡିକାଲରେ ଆଡମିଟ ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପ୍ରତିଦିନ ଟିକଟକରେ ଭିଡିଓ ତିଆରି କରି ଲୋକପ୍ରିୟ ହୋଇପାରିଥିବା କୁମାର କେବେ ଭାବିନଥିଲେ ତାଙ୍କ ଦୁଃସାହସିକ ଷ୍ଟଣ୍ଟ୍ ତାଙ୍କ ପାଇଁ ଏତେ ବିପଦ ପୂର୍ଣ୍ଣ ହୋଇଯିବ ବୋଲି।

Leave A Reply

Your email address will not be published.