ଏୟାରଟେଲ ଡିଜିଟାଲ ଟିଭି, ଟାଟା ସ୍କାଏ ଏବଂ ଡିସ୍ ଟିଭି ପାଇଁ ଜାଣନ୍ତୁ କଣ ରହିଛି ବେଷ୍ଟ D2h ପ୍ଳାନ

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟେରୀ ଅଥୋରୀଟି ଅଫ୍ ଇଣ୍ଡିଆ (ଟ୍ରାଇ) ତରଫରୁ ନିକଟରେ ଡିଟିଏଚ୍ ଅପରେଟର୍ସ ଏବଂ ବ୍ରୋଡକାଷ୍ଟିଂ ଇଣ୍ଡଷ୍ଟ୍ରୀ ପାଇଁ ଅନେକ ନିୟମର ପରିବର୍ତ୍ତନ କରାଯାଇଛି। ଏଥିସହ ଟ୍ରାଇ ସମସ୍ତଙ୍କୁ ନିଜର ଟାରିଫ ପ୍ଳାନ ବଦଳିକୁ ମଧ୍ୟ ପଡିଥିଲା। ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ, ଗ୍ରାହକଙ୍କୁ ନିଜର ମନପସନ୍ଦ ଚ୍ୟାନେଲ ଚୟନ କରିବାକୁ ପଡିବ ତାହା ସହ ତାଙ୍କୁ ସେଥିପାଇଁ ହିଁ ଟଙ୍କା ଦେବାକୁ ପଡିବ। କିଛି ଗ୍ରାହକ ଏହି ନିୟମର ଫାଇଦା ଉଠାଇବାରେ ସଫଳ ହୋଇଥିବା ବେଳେ କିଛି ଏହାକୁ ବେକାର କାମ କହି ନଜରଅନ୍ଦାଜ କରିଦେଇଛନ୍ତି।

ତେବେ ଏପରି ସମୟରେ କିଛି ଡିଟୁଏଚ୍ କମ୍ପାନୀ ଚାଲାକୀର କାମ କରିଛନ୍ତି। ସେମାନେ ଗ୍ରାହକଙ୍କ ପାଇଁ ଚ୍ୟାନେଲ ଚୟନ କରିବା ସହ କିଛି ପ୍ୟାକ୍ସ ପ୍ରସ୍ତୁତ କରିଛନ୍ତି। ଯାହା ଦ୍ବାରା ଖୁବ ସହଜରେ ଗ୍ରାହକ ନିଜ ଚ୍ୟାନେଲକୁ ଚୟନ କରିପାରୁଛନ୍ତି। ଆସନ୍ତୁ ନଜର ପକାଇବା ଡିଟୁଏଚର ବେଷ୍ଟ ପ୍ଳାନ ମାନଙ୍କ ଉପରେ।

tv

ଟାଟା ସ୍କାଏ ପ୍ରିମିୟମ୍ ସ୍ପୋଟ୍ସ ଇଂଗଲିସ୍ ଏଚଡି ପ୍ୟାକ୍

ଏହି ପ୍ୟାକରେ ଗ୍ରାହକଙ୍କୁ ୫୦୦ ଟଙ୍କାରେ ୧୨୩ ଚ୍ୟାନେଲ ଦେଖିବାର ଫାଇଦା ମିଳିବ।ଏହାର ବୈଧତା ୩୦ ଦିନ ପର‌୍ୟ୍ୟନ୍ତ ରହିଥାଏ।

ଏୟାରଟେଲ ଡିଜିଟାଲ ଟିଭି ମାୟ ସ୍ପୋର୍ଟ୍ସ ଏଚଡି ପ୍ୟାକ୍

ଏୟାରଟେଲ ଡିଜିଟାଲ ଟିଭିର ଏହି ପ୍ୟାକର ମୂଲ୍ୟ ୪୯୩ ଟଙ୍କା ରହିଥିବା ବେଳେ ଏଥିରେ ୩୫୯ ଚ୍ୟାନେଲର ସୁବିଧା ରହିଛି।

ଡିସଟିଭି ନ୍ୟୁ ଟାଇଟେନିୟମ୍ ପ୍ୟାକ୍

ଡିସଟିଭିର ଏହି ପ୍ୟାକରେ ଗ୍ରାହକଙ୍କୁ ମାତ୍ର ୪୭୫ ଟଙ୍କାରେ ୨୮୮ଟି ଚ୍ୟାନେଲ ଦେଖିବାର ମଉକା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.