ଜାଣନ୍ତୁ କେଉଁ ଦେବାଦେବୀଙ୍କ ବାହନ କିଏ ଏବଂ ଏହା ପଛରେ ରହିଛି କ’ଣ କାରଣ

ହିନ୍ଦୁ ଶାସ୍ତ୍ରରେ ଅନେକ ଦେବୀ-ଦେବତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ପ୍ରତ୍ୟେକ ଦେବୀ-ଦେବତାଙ୍କର ଆଚରଣ, ସ୍ବରୂପ ଏବଂ ବ୍ୟବହାର ଅନୁଯାୟୀ ସେମାନଙ୍କ ବାହନ ହୋଇଥାନ୍ତି। ପ୍ରତ୍ୟେକ ଦେବତା ନିଜର ବାହନ ମାଧ୍ୟମରେ ପ୍ରକୃତିର ଏକ ବିଶିଷ୍ଟ ଗୁଣକୁ ପ୍ରତିନିଧିତ୍ବ କରିଥାନ୍ତି। ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏହି ବାହନଙ୍କ ପଛରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଜାଣିବା ପରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତି ଦ୍ବାରା ଦିଆଯାଇଥିବା ସନ୍ଦେସକୁ ନେଇ ନିଜ ଜୀବନରେ ପ୍ରତିଫଳିତ କରିପାରିବେ।

ଭଗବାନ ଗଣେଶଙ୍କ ବାହନ ମୂଷା

ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ ଏବଂ ବୁଦ୍ଧିର ଦେବତା। କିନ୍ତୁ ମୂଷା ସ୍ବଭାବ ନଷ୍ଟ ପ୍ରକ୍୍‌ତିର ହୋଇଥିବାରୁ ଭଗବାନ ଗଣେଶ ନିଜର ବାହନ ରୂପେ ଧାରଣ କରିଛନ୍ତି। ଏଥିୁ ଆମାକୁ ଶିକ୍ଷା ମିଳିଥାଏ ଖରାପ ଲୋକମାନଙ୍କୁ ଅର୍ଥହୀନ କଥାରୁ ହଟାଇ ନିଜ ବିବେକ ଅନୁଯାୟୀ କାମ କରିବା ଉଚିତ।

ଭଗବାନ ଶିବଙ୍କ ବାହନ ଵୃଷବ

Lord-Shivaଶିବ ପୁରାଣରେ ଭଗବାନ ଶଙ୍କରଙ୍କର ବାହାନ ହେଉଛନ୍ତି ଵୃଷବ। ବଳ ଏବଂ ଶକ୍ତିର ପ୍ରତୀକ ଷଣ୍ଢ ଭୌତିକ ଇଛାରୁ ଦୂରରେ ରହିବା ପ୍ରାଣୀ ହୋଇଥାଏ। କିନ୍ତୁ ବର୍ତ୍ତମାନ ସରଳ ଜୀବନ ବିତାଉଥିବା ଲୋକମାନେ ରାଗିବା ସମୟରେ ମଧ୍ୟ ସିଂହ ଠାରୁ ଆହୁରି କ୍ରୋଧିତ ହୋଇଯାଇଥାନ୍ତି। ଏହି କାରଣରୁ ଶକ୍ତିଶାଳୀ ହେବା ପରେ ମଧ୍ୟ ଶାନ୍ତ ଏବଂ ସରଳ ରହିବା ବା ପରିଶ୍ରମ ଦ୍ବାରା ଜୀବନରେ ସଦୈବ ଧର୍ମ ମାର୍ଗରେ ଚାଲିବାର ପ୍ରେରଣା ଭଗବାନ ଶିବଙ୍କ ବାହନ ଵୃଷବଙ୍କ ଠାରୁ ମିଳିଥାଏ।

ମାଁ ଦୁର୍ଗାଙ୍କ ବାହନ ସିଂହ

devi durgaଦେବୀ ଭାଗବତ ଅନୁଯାୟୀ ମାଁ ଦୁର୍ଗାଙ୍କ ବାହନ ସିଂହ ଜଙ୍ଗଲରେ ସଂଯୁକ୍ତ ପରିବାରରେ ରହୁଥିବା ପ୍ରାଣୀ। ସିଂହ ଜଙ୍ଗଲରେ ରହୁଥିବା ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଶକ୍ତିଶାଳୀ କିନ୍ତୁ ସେ ନିଜର ଶକ୍ତି ବ୍ୟର୍ଥରେ ଖର୍ଚ୍ଚ କରିନଥାଏ।ଆବଶ୍ୟକ ପଡିଲେ ହିଁ ବ୍ୟବହାର କରିଥାଏ। ଦେବୀଙ୍କ ବାହନ ସିଂହ ଆମକୁ ଏହି ସନ୍ଦେଶ ଦେଇଥାଏ କି ଘରର ମୁଖିଆ ସର୍ବଦା ନିଜର ପରିବାରକୁ ଯୋଡି ରଖିବା ଉଚିତ ତଥା ବ୍ୟର୍ଥ କାର‌୍ୟ୍ୟରେ ନିଜର ଶକ୍ତି ନଲଗାଇ ଘରକୁ ସୁଖୀ ରଖିବାରେ ପ୍ରୟାସ କରିବା ଉଚିତ।

ଲକ୍ଷ୍ମୀଙ୍କ ବାହନ ପେଚା

laxmiପେଚା କ୍ରିୟାଶୀଳ ପ୍ରବୃତିର ପକ୍ଷୀ। ସେ ସର୍ବଦା ନିଜର ଖାଦ୍ୟ ପାଇଁ ଅନୁସନ୍ଧାନ କରିଥାଏ। ଲକ୍ଷ୍ମୀଙ୍କ ବାହନ ପେଚା ଠାରୁ ଏହି ଶିକ୍ଷା ମିଳିଥାଏ ଯେ, ଯେଉଁ ବ୍ୟକ୍ତି ଦିନ-ରାତି ପରିଶ୍ରମ କରିଥାଏ, ତାଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ମା ଲକ୍ଷ୍ମୀ ସର୍ବଦା ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ଘରେ ବାସ କରିଥାନ୍ତି।

ଭଗବାନ ବିଷ୍ଣୁ ଙ୍କ ବାହନ ଗରୁଡ

lord_vishnuଗରୁଡ ଏଭଳି ଏକ ପକ୍ଷୀ, ଯିଏ ଆକାଶର ଅତି ଉଚ୍ଚରେ ଉଡିବା ପରେ ମଧ୍ୟ ତଳେ ଥିବା ଛୋଯ ଛୋଟ ଜିନିଷ ଦେଖିପାରିଥାଏ। ଗରୁଡ ସାପର ଶତ୍ରୁ ହୋଇଥାଏ। ପରମ ଶକ୍ତିଶାଳୀ ଭଗବାନ ବିଷ୍ଣୁ ସଂସାର ପାଳନ କରୁଥିବାରୁ ଗରୁଡଙ୍କୁ ନିଜର ବାହନ ରୂପେ ଧାରଣ କରିଛନ୍ତି। ଏହି କାରଣରୁ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ ସର୍ବଦା ଜାଗ୍ରତ ରହିବାର ପ୍ରେରଣା ଦେଇଥାନ୍ତି।

ମା ସରସ୍ବତୀଙ୍କ ବାହନ ହଂସ

saraswatiହଂସ ଜ୍ଞାନୀ ଏବଂ ବୁଦ୍ଧିମାନ ପକ୍ଷୀ ହେବା ସହ ଜୀବନ ପର‌୍ୟ୍ୟନ୍ତ ଗୋଟିଏ ହଂସିନୀ ସହ ରହିଥାଏ। ପରିବାରରେ ପ୍ରେମ ଏବଂ ଏକତାର ଏହା ଏକ ଜ୍ବଳନ୍ତ ଉଦାହରଣ। ଏହା ବ୍ୟତୀତ ହଂସ ସାମ୍ନାରେ ଯଦି କ୍ଷୀର ସହିତ ପାଣି ମିଶାଇ ରଖାଯାଏ ତେବେ ହଂସ କେବଳ କ୍ଷୀର ପିଇଦେଇଥାଏ ଏବଂ ପାଣି ଛାଡି ଦେଇଥାଏ। ଏହା କହିବାର ଅର୍ଥ ହେଉଛି ହଂସ କେବଳ ଗୁଣ ଗ୍ରହଣ କରିଥାଏ, ଅବଗୁଣକୁ ଛାଡି ଦେଇଥାଏ।

ହନୁମାନଙ୍କ ବାହନ ହେଉଛନ୍ତି ଭୂତ ବା ପିସାଚ

hanumanjiହନୁମାନ ପ୍ରେତ ବା ପିସାଚ କୁ ନିଜର ବାହନ ରୂପେ ଧାରଣ କରିଥାନ୍ତି। ପିସାଚ ବା ପ୍ରେତ ସର୍ବଦା ଅନ୍ୟମାନଙ୍କୁ ଭୟ ଏବଂ କଷ୍ଟ ଦେଇଥାନ୍ତି। ଏହାର ଅର୍ଥ ହେଉଛି ଆମେ କେବେ ବି ଖରାପ କାମ କରୁଥିବା ଲୋକମାନଙ୍କୁ ନିଜ ଉପରେ ଅଧିକାର ବିସ୍ତାର କରିବାକୁ ଦେବା ନାହିଁ।

ଭଗବାନ ସୂର୍ଯ୍ୟଙ୍କ ଆସନ ରଥ

lord surjyaସୃଷ୍ଟିର ପ୍ରତ୍ୟକ୍ଷ ଦେବତା ଭଗବାନ ସୂର୍ଯ୍ୟଙ୍କ ରଥରେ ସାତଯି ଘୋଡା ରହିଥାନ୍ତି। ଯାହାକୁ ଶକ୍ତି ଏବଂ ସ୍ଫୁର୍ତିର ପ୍ରତୀକ କୁହାଯାଇଥାଏ। ଭଗବାନ ସୂର୍ଯ୍ୟଙ୍କ ରଥ ଏହି ପ୍ରେରଣା ଦେଇଥାଏ ଯେ, ଜୀବନରେ ସର୍ବଦା ଭଲ କାମ ଭଲେ ସଫଳତା ପ୍ରାପ୍ତ ହୋଇଥାଏ।

ମାଁ ଗଙ୍ଗାଙ୍କ ବାହନ କୁମ୍ଭୀର

goddess-gangaଶାସ୍ତ୍ରରେ ମାଁ ଗଙ୍ଗାଙ୍କ ବାହନ ମଗର ମାଛ ବୋଲି ଉଲ୍ଳେଖ କରାଯାଇଛି। ମାଁ ଗଙ୍ଗାଙ୍କ ବାହନରୁ ଏହି ସନ୍ଦେଶ ମିଳିଥାଏ ଯେ, ଜଳରେ ଥିବା ଜୀବ-ଜନ୍ତୁଙ୍କୁ ମାରିବା ଅନୁଚିତ, କାରଣ ଜଳରେ ରହୁଥିବା ପ୍ରାଣୀ ପାରିସ୍ଥିତିକ ତନ୍ତ୍ରରେ ସନ୍ତୁଳନ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହାକୁ ମାରିବାର ଅର୍ଥ ହେଉଛି ପ୍ରକୃତି ସହ ଅନ୍ୟାୟ କରିବା। ଯାହାର ପରିଣାମ ଖୁବ୍ ଭୟାନକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.