ରୋଗୀ ମୃତ୍ୟୁ ନେଇ ବାରିପଦା ଓ ସମ୍ବଲପୁର ମେଡିକାଲରେ ଉତ୍ତେଜନା, ରୋଗୀ ସେବାରେ ଉପୁଜିଛି ବାଧା

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଡାକ୍ତର ଓ ନର୍ସ। ପ୍ରତିବାଦରେ ଡାକ୍ତର ଓ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରିଥିଲେ। ପରେ ଉତ୍ତ୍ୟକ୍ତ ସଂପର୍କୀୟମାନେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କରିଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଟାଉନ ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ବାରମ୍ବାର ଡାକ୍ତର ଓ ନର୍ସଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ ସମସ୍ତ ଡାକ୍ତର ଓ ନର୍ସ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ରୋଗୀ ସେବାରେ ବ୍ୟାଘାତ ଉପୁଜିଛି।

ସେପଟେ ସମ୍ବଲପୁର ବୁର୍ଲା ମେଡିକାଲରେ ଚିକିତ୍ସା ଅବହେଳାରୁ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଗାଁର ସାଗର କିଷାନ। ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକ। ସାଗର କିଷାନ୍‌ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକଙ୍କୁ ମେଡିକାଲ କର୍ତ୍ତୃପକ୍ଷ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.