ବିଶ୍ୱକପ୍‌ : ସାହିନ ଆଫ୍ରିଦିଙ୍କ ରେକର୍ଡ଼, ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ୨୨୭ ରନ୍‌

ଲିଡ୍‌ସ : ୧୯ ବର୍ଷ ବୟସ୍କ ବୋଲର୍‌ ସାହିନ ଆଫ୍ରିଦି ବିଶ୍ୱ କପ୍‌ରେ ସର୍ବକନିଷ୍ଠ ଖେଳାଳି ଭାବେ ୪୭ ରନ୍‌ ଦେଇ ୪ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଫଳରେ ଏଠାରେ ଖେଳା ଯାଉଥିବା ମ୍ୟାଚ୍‌ରେ ପାକିସ୍ତାନ ମାତ୍ର ୨୨୭ ରନ୍‌ରେ ଆଫଗାନିସ୍ତାନକୁ ସୀମିତ ରଖିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ଏହି ସ୍କୋର କରିଛି । ଦଳ ପକ୍ଷରୁ ଓପ୍ନର ରହମତ ଶାହ ୩୫ ଏବଂ ଅସଗର ଆଫଗାନ ଓ ନଜିତବୁଲ୍ଲା ଜଦ୍ରନ ପ୍ରତ୍ୟେକ ୪୨ ରନ୍‌ ଲେଖାଏଁ ସ୍କୋର କରିଥିଲେ । ପାକିସ୍ତାନର ଅନ୍ୟ ଦୁଇ ବୋଲର୍‌ ଇମାଦ ଓ୍ଵାସିମ ଏବଂ ଓ୍ଵାହାବ ରିୟାର ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.