ପୁରୀ : ମିଳିଲା ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି । ପୁରୀ ଜିଲ୍ଲା ରେକର୍ଡ ରୁମ୍ର ଏକ ଲକର ବନ୍ଦ ଲଫାପାରୁ ଚାବି ମିଳିଥିବା ସୂଚନା ମିଳିଛି । ଲଫାପା ଉପରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ବୋଲି ଲେଖାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ୨ଟି ଟିମ୍ ୫ ଦିନ ଖୋଜାଖୋଜି କରିବା ପରେ ଭଣ୍ଡାର ଚାବି ପାଇଛନ୍ତି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏହି ସୂଚନା ଦେଇଛନ୍ତି । ଗତ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର ଯାଞ୍ଚ କରିବା ଲାଗି ହାଇକକୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । କିନ୍ତୁ ଚାବି ନ ମିଳିବାରୁ କମିଟି ସଦସ୍ୟମାନେ ରତ୍ନଭଣ୍ଡାର ବାହାରୁ କାନ୍ଥ ଯାଞ୍ଚ କରି ଫେରି ଆସିଥିଲେ । ତେବେ ଗତ ୪୮ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ଜିଲ୍ଲା ଟ୍ରେଜରୀକୁ ଫେରି ନଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପୂର୍ବରୁ ପରିଚାଳନା କମିଟି ବୈଠକରେ କହିଥିଲେ । ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ପରେ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇେକାଟର୍ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ତଦନ୍ତ କରିବେ । ତିନି ମାସ ମଧ୍ୟରେ ସେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ । ଏହାପେର ଚାବି ମିଳିଥିବା ନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି ।