ପରିବାରକୁ ନିଜ ହାତରେ ଶେଷ କରି ଆତ୍ମହତ୍ୟା କଲେ ବୈଜ୍ଞାନିକ, କାରଣ ଖୋଜୁଛି ପୋଲିସ୍‌

ହରିଆଣାର ଗୁରୁଗ୍ରାମର ସେକ୍ଟର ୫୦ ଥାନା ଅଧୀନ ଉପଲ ସାଉଥ୍ ଏଣ୍ଡ କେଏସ୍ ବ୍ଲକର ବୈଜ୍ଞାନିକ ଶ୍ରୀପ୍ରକାଶ ସିଂ(୫୫) ନିଜ ପତ୍ନୀ କୋମଲ ଓରଫ୍ ସୋନୁ (୫୨), ଦୁଇ ପୁଅ ଝିଅ ଅଦିତି (୨୧) ଓ ଆଦିତ୍ୟ (୧୪)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।
ପୋଲିସ ସୂଚନାନୁଯାୟୀ, ଶ୍ରୀପ୍ରକାଶ ପ୍ରଥମେ ଝିଅ ଅଦିତିଙ୍କୁ ହତ୍ୟା କରିଥିଲେ, ଯାହାକୁ ସେ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଏହାପରେ ଅନ୍ୟ ଦୁଇ ସଦସ୍ୟଙ୍କୁ ମାରିଥିଲେ। ଅଦିତିଙ୍କ ମୁଣ୍ଡକୁ ଏକ ହାତୁଡ଼ିରେ ଶକ୍ତ ପ୍ରହାର ଦେବାରୁ ସେ ଲହୁଲୁହାଣ ହୋଇପଡ଼ିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ବେକକୁ ଚୋଟ ପରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଦିତିଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା।

MURDER-1ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଶ୍ରୀପ୍ରକାଶ ଯେତେବେଳେ ଅଦିତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲେ, ସେହି ସମୟରେ ପତ୍ନୀ କୋମଲ ଏହା ଦେଖି ତାଙ୍କୁ ବିରୋଧ କରିଥିଲେ। ହେଲେ ଶ୍ରୀପ୍ରକାଶ ଏଥିରେ ଉତକ୍ଷିପ୍ତ ହୋଇ କୋମଲଙ୍କୁ ବି ହତ୍ୟା କରିବାକୁ ପଛାଇ ନ ଥିଲେ। କୋମଲଙ୍କ ମୃତଦେହ ଖଟ ତଳୁ ମିଳିଥିଲା। ସେପଟେ ଘରେ ପାଟି ଶୁଣି ବେଡରୁମରେ ଶୋଇଥିବା ଆଦିତ୍ୟ ଉଠିପଡ଼ିଥିଲେ। ସେ ମଧ୍ୟ ବାପାଙ୍କ ଆକ୍ରୋଶରୁ ବର୍ତ୍ତିପାରି ନ ଥିଲେ। ତାଙ୍କ

ମୃତଦେହ ଖଟ ଉପରୁ ମିଳିଥିଲା। ପତ୍ନୀ, ଦୁଇ ପୁଅଝିଅଙ୍କୁ ମାରିବା ପରେ ଶ୍ରୀପ୍ରକାଶ ଏକ ସୁଇସାଇଡ ନୋଟ ଲେଖିଥିଲେ। ଏହାପରେ ଫ୍ୟାନରେ ରଶି ବାନ୍ଧି ଆତ୍ମହତ୍ୟା କରିଥିଲେ। ପୋଲିସକୁ ୧ ଜୁଲାଇ ତାରିଖର ଏକ ସୁଇସାଇଡ ନୋଟ୍ ମିଳିଛି। ଏଥିରୁ ଅନୁମାନ କରାଯାଉଛି, ଶ୍ରୀପ୍ରକାଶ ଏ ସମସ୍ତ ଘଟଣା ରାତି ୧୨ଟା ପରେ କରିଛନ୍ତି। ସ୍ତ୍ରୀ, ପିଲାଛୁଆଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାର ଯୋଜନା ସେ ଅନେକ ଦିନ ଆଗରୁ କରିଥିଲେ। ସେହିପରି ହତ୍ୟାର ଆରମ୍ଭ ସେ ଝିଅଠାରୁ କାହିଁକି କଲେ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ସୋମବାର ଦ୍ବିପ୍ରହର ପରେ ମେଡିକାଲ ବୋର୍ଡ ଦ୍ବାରା ୪ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ବୋର୍ଡରେ ଡା. ପବନ ଚୌଧୁରୀ ଓ ଡା. ଦୀପକ ମାଥୁର ସାମିଲ ହୋଇଥିଲେ।

MURDER-3

ତେବେ ଏଠାରେ ଏକ ଅଦଭୁତ କଥା ଦେଖିବାକୁ ମିଳିଥିଲା । ଘରେ ଥିବା ୪ଟି କୁକୁର ମୃତଦେହ ନିକଟରେ ବସି ରହିଥିଲେ । ଏହି ପରିବାରରେ ମୋଟ୍‌ ୪ ଜଣ ସଦସ୍ୟ କିନ୍ତୁ ସମସ୍ତଙ୍କର ଗୋଟିଏ ଗୋଟିଏ କୁକୁର ଥିଲା ।

ଡା. ଚୌଧୁରୀଙ୍କ କହିବାନୁଯାୟୀ, ହାତୁଡ଼ି ଏବଂ ଧାରୁଆ ଅସ୍ତ୍ର ଦ୍ବାରା ମୁଣ୍ଡ ଓ ବେକକୁ ବାରମ୍ବାର ଆକ୍ରମଣ କରାଯାଇଛି। ମୃତଦେହଗୁଡ଼ିକୁ ଦେଖି ଜଣାପଡ଼ୁଛି, ପ୍ରଥମେ ଜଣଙ୍କୁ ହିଁ ହତ୍ୟା କରାଯାଇଛି। ପାଟି ଶୁଣି ଯେଉଁମାନେ ଘର ଭିତରକୁ ପ୍ରବେଶ କରିଛନ୍ତି, ସେମାନେ ହତ୍ୟାର ଶିକାର ହୋଇଛନ୍ତି। ପରେ ହତ୍ୟାକାରୀ ନିଜେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଲ୍ୟାବକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ତେବେ ମୁଣ୍ଡ ଓ ବେକରେ ଗଭୀର ଆଘାତ ଏବଂ ପ୍ରଚୁର ରକ୍ତସ୍ରାବ କାରଣରୁ ଏମାନଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ଡ. ପ୍ରକାଶ ସନ୍‌ ଫାର୍ମାରେ ଚାକିରି କରିଥିଲେ । ପ୍ରାୟ ମାସେ ତଳେ ହାଇଦ୍ରାବାଦର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ତାଙ୍କୁ ଚାକିରି ମିଳିବା ଯୋଗୁଁ ସେ ସନ୍‌ଫାର୍ମା ଚାକିରି ଛାଡ଼ି ଦେଇଥିଲେ । ଏହା ପରେ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା ଏବଂ ଡ. ପ୍ରକାଶ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି । ସେହି କାରଣରୁ ଏଭଳି ଏକ କାଣ୍ଡ ସେ ଘଟାଇ ଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ତଥାପି ହତ୍ୟାର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.