ପାଟକୁରାରେ ପୁଣି ବାଜି ମାରିବ କି ବିଜେଡି ?

ପାଟକୁରା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଏବେ ରାଜନୈତିକ ବାତାବରଣ ଉଷ୍ଣ । ତିନି ପ୍ରମୁଖ ରାଜନୈତିକ ଦଳ ଏହି ନିର୍ବାଚନକୁ ବେଶ ଗୁରୁତ୍ୱ ଦେଉଛନ୍ତି । ବିଜେଡି ପାଇଁ ଏହା ସମ୍ମାନ ଓ ବିଜେପି ପାଇଁ ସ୍ୱାଭିମାନର କଥା । କୁହାଯାଉଛି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଏହା ଶେଷ ନିର୍ବାଚନ ଲଢ଼େଇ। ଆସନ୍ତା ୨୦ ପାଟକୁରାରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି ।

ପାଟକୁରାରେ ପୁଣି ବାଜି ମାରିବ କି ବିଜେଡି ? ଗତ ନିର୍ବାଚନରେ କେନ୍ଦ୍ରପଡ଼ା ଜିଲ୍ଲାର ମୋଟ୍‌ ୫ଟି ବିଧାନସଭା କ୍ଷେତ୍ରରୁ ୪ଟିରେ ବିଜେଡି ବିଜୟୀ ହୋଇଛି । ରାଜ୍ୟରେ ମୋଟ ୧୧୨ଟି ଆସନରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ତେଣୁ ପାଟକୁରାରେ ବିଜୟ-ପରାଜୟ ବିଜେଡି ପାଇଁ ଫରକ ପଡିବନି । ସେପଟେ ଏହି ଆସନ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସ୍ୱାଭିମାନର କଥା । ଏହି ନିର୍ବାଚନ ବିଜୟଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ୨୦୦୦ ମସିହାରେ ତାଙ୍କୁ ବିଜେଡି ଟିକେଟ ଦିଆଯିବା ପରେ ନାଟକୀୟ ଢଙ୍ଗରେ ପ୍ରାର୍ଥୀ ବଦଳାଯାଇଥିଲା । ସେବେଠାରୁ ବିଜୟ ମହାପାତ୍ର ବିଧାନସଭାକୁ ଆସି ପାରିନାହାନ୍ତି । ୨୦୦୯ ମସିହାରେ ବିଜୟ ମହାପାତ୍ର ପାଟକୁରାରୁ ନିର୍ବାଚନ ଲଢ଼ିଥିବା ବେଳେ ୨୦୧୪ରେ ମହାକାଳପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଆଉ ଏଥର ସେ ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

patkura 1

ପାଟକୁରାରେ ବିଜେଡି ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଛି । ବେଦପ୍ରକାଶଙ୍କ ଦେହାନ୍ତ ହେବା ପରେ ଅନୁକଂପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ନିର୍ବାଚନ ପାଇଁ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀ ପଞ୍ଚାୟତ ସ୍ତରରେ ବୈଠକ କରିବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । କାଳିଆ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସରକାରୀ ଯୋଜନାର ଫାଇଦା ଲୋକଙ୍କ ପାଖରେ ପହଂଚିଛି । ଏହାର ଫାଇଦା ଉଠାଇ ପାଟକୁରାରେ ବାଜି ମାରିବା ଲକ୍ଷ୍ୟରେ ରହିଛି ବିଜେଡି । ଏଠାରେ କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି ।

ନିଶ୍ଚିତ ପଢ଼ନ୍ତୁ: ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ, ନବୀନ ନିବାସରେ ରଣନୀତି ବୈଠକ

ପାଟକୁରା ନିର୍ବାଚନରେ ପୁଣି ଅନୁଭବ ମହାନ୍ତି ବନାମ ବୈଜୟନ୍ତ ପଣ୍ଡାଙ୍କ ଟକ୍କର ଦେଖିବାକୁ ମିଳିିବ । ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବାରୁ ବିଜୟଙ୍କ ବିଜୟ ଓ ପରାଜୟ ବିଜେପିରେ ବୈଜୟନ୍ତଙ୍କ ପତିଆରାରେ ପ୍ରଭାବ ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.