ଯୋଗୀ ରାଜ୍ୟରେ ପୁଣି ନାବାଳିକାଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଧରାପକାଇଲା ଭାଇରାଲ୍‌ ଭିଡିଓ

ଲକ୍ଷ୍ନୌ: ଯୋଗୀ ରାଜ୍ୟରେ ପୁଣି ମହିଳା ଅସୁରକ୍ଷିତ। ବାରମ୍ବାର ନିର୍ୟାତନା ଓ ଅସଦାଚରଣର ଶିକାର ହେଉଛନ୍ତି ମହିଳା। ଲକ୍ଷ୍ନୌରେ ପୁଣି ଥରେ ଏଭଳି ଏକ ଘଟଣା ସାମନାକୁ ଆସିଛି। ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ନିଛାଟିଆ ଜଙ୍ଗଲ ଭିତରକୁ ଟାଣି ଟାଣି ନେଉଥିବା ଭିଡିଓ ଭାଇରାଲ୍ ହୋଉଛି। ଗତ ୧୨ ତାରିଖରେ ଘଟିଥିଲା ଏହି ଘଟଣା। ନାବାଳିକା ଜଣଙ୍କ କ୍ଷେତରେ କାମ କରୁଥିବା ତାଙ୍କ ମାଆଙ୍କ ପାଖକୁ ଖାଦ୍ୟ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଅସଦାଚରଣର ଶିକାର ହୋଇଥିଲେ।

ଏହି ଘଟଣାରେ ୫ ଜଣଙ୍କର ସଂପୃକ୍ତି ଅଭିଯୋଗ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି ରହିଛି। ପୂର୍ବରୁ ଉନାଓରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଜଙ୍ଗଲ ଭିତରକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ସେହି ଭିଡିଓକୁ ଅଭିଯୁକ୍ତମାନେ ଭାଇରାଲ୍ ବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.