ଆରମ୍ଭ ହୋଇଗଲାଣି ବାବାହ ସିଜିନ୍: ସୁନା କିଣିବାକୁ ଯାଉଥିଲେ ଆଜିର ଦର ଉପରେ ପକାନ୍ତୁ ଗୋଟେ ଝଲକ୍

ଏଥର ଗହଣା ବ୍ୟବସାୟୀ ମାନେ ହେବେ ମାଲାମାଲ। କାହିଁକି ନା ଆରମ୍ଭ  ହୋଇଗଲାଣି ବାବାହ ସିଜିନ୍ । ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦାମ୍ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡ଼ିଛି। ତେଣୁ  ଆସନ୍ତୁ ଜାଣିବା ଆଜି ବଜାରରେ କେତେ ରହିଛି ସୁନା ଦର ।

ଆଜି ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୨,୬୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୪୦ ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ଆଜିର ମୂଲ୍ୟରେ କିଛି ବି ପରିବର୍ତ୍ତନ ହୋଇନାହିଁ।  ଗତକାଲି ପରି ଆଜି ମଧ୍ଯ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୨,୯୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୫୫୦ ଟଙ୍କା ରହିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ମଧ୍ଯ କିଛି ବି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। ଚେନ୍ନାଇରେ ଗତକାଲି ପରି ଆଜି ବି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ଅଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୧୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୭୦୦ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୯୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୫୫୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୯୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୫୫୦ ଟଙ୍କା ଅଛି। ସେହିପରି ଆଜି କିଲୋଗ୍ରାମ ପିଛା ରୁପା ଦରରେ ୬୨,୦୦୦ ଟଙ୍କା ରହିଛି।

ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।

ଏଥିସହିତ ଘରେ ବସି ବିଆଇଏସ୍ କେୟାର ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ | ଯଦି ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିବ ତେବେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.